ଅଧିକାଙ୍ଗ Adhikāṇga

  • ସଂ. ବି. (ଅଧିକ+ଅଙ୍ଗ) — (କର୍ମଧା) ସଚରାଚର ଦେହରେ ଯେତେ ଅଙ୍ଗ ଥିବାର ଦେଖାଯାଏ ଜଣେ ଜଣେ ବ୍ୟକ୍ତିଙ୍କଠାର ତହିଁ ଅପେକ୍ଷା ଦେଖାଯିବା ବଳକା ଅଙ୍ଗ (ଯଥା—ଛଆଙ୍ଗୁଳିଆ ବ୍ୟକ୍ତିର ଷଷ୍ଠ ଆଙ୍ଗୁଠି) — Redundant limb; extra limb
  • ସଂ. ବି. (ଅଧିକ+ଅଙ୍ଗ) — (ବହୁବ୍ରୀହି)—ସାଞ୍ଜୁ ଉପରେ ଭିଡ଼ାଯାଇ ପିନ୍ଧାଯିବା କମରପଟି; କମରବନ୍ଦ — Belt; sash worn over a coat of mail
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଅତିରିକ୍ତ ଅଙ୍ଗବିଶିଷ୍ଟ (ବ୍ୟକ୍ତି) — (person) Having a redundant limb