ଅଧିକର୍ମିକ Adhikarmika
- ସଂ. ବି. ପୁଂ. (ଅଧିକର୍ମ+ଇକ) — ହାଟ ଓ ବଜାରର ତତ୍ତ୍ୱାବଧାରକ; ହାଟ ଦାରୋଗା; ବଜାର ଚଉଧୁରୀ — Superintendent of a market
- ସଂ. ବି. ପୁଂ. (ଅଧିକର୍ମ+ଇକ) — ହାଟତୋଳା ଆଦାୟ କରିବାପାଇଁ ନିଯୁକ୍ତ କର୍ମଚାରୀ — An officer engaged to collect toll from a market
- ସଂ. ବି. ପୁଂ. (ଅଧିକର୍ମ+ଇକ) — ଜମାଦାର; ମୂଲିଆ ବା କାମ କରିବା ଲୋକମାନଙ୍କ କାମ ତନଖିବା ପାଇଁ ନିଯୁକ୍ତ ବ୍ୟକ୍ତି; ସର୍ଦ୍ଦାର — A sardār; a supervisor of labourers