ଅଦୁଆର Aduāra
- ଦେ. ବି (ସଂ. ଅ+ଦ୍ବାର) — ସାଧାରଣତଃ ଘରକୁ ବା ଖଞ୍ଜାକୁ ଯେଉଁ ବାଟ ଦେଇ ଲୋକେ ଯାଆନ୍ତି ସେ ଦ୍ୱାର ଛଡ଼ା ଅନ୍ୟ ଦ୍ୱାର (ଯଥା—ଖିଡ଼ିକି ଦୁଆର; ବାଡ଼ି ଦୁଆର; ପାଇଖାନା ଦୁଆର) — A wrong door to enter a house; a door other than the one ordinarily used
- ଦେ. ବି (ସଂ. ଅ+ଦ୍ବାର) — ଶତ୍ରୁକୁ ଅଦୁଆରେ ଯାଇ ଦେଖା ଦେବ। କୃଷ୍ଣସିଂହ, ମହାଭାରତ, ସଭା।