ଅତରପିତର କରିବା Atara pitara karibā

  • ଗ୍ରା. କ୍ରି — ବହୁ ବସ୍ତୁକୁ ଏକତ୍ର କରିବା ବା ମିଳାଇ ଦେବା — To mix up in a confused mass; to jumble up various things
  • ଗ୍ରା. କ୍ରି — [ଦ୍ର—ବେଦୋକ୍ତ "ଅତ୍ର ପିତରୋ ମାଦୟଧ୍ୱଂ" ଇତ୍ୟାଦି ମନ୍ତ୍ର- ପାଠ ପୂର୍ବକ ଶ୍ରାଦ୍ଧ ପତ୍ରରେ ପିଣ୍ଡାବଶିଷ୍ଟ ଅନ୍ନ ବ୍ୟଞ୍ଜନାଦିକୁ ଠୁଳ କରି ଶ୍ରାଦ୍ଧକର୍ତ୍ତା ପିତୃଲୋକଙ୍କୁ ଉତ୍ସର୍ଗ କରନ୍ତି। ଉକ୍ତ ମନ୍ତ୍ରର ପ୍ରଥମ ଓ ଦ୍ୱିତୀୟ ଶବ୍ଦ ଦ୍ୱୟର ଅପଭ୍ରଂଶରେ ଏ ବାକ୍ୟର ବ୍ୟବହାର ହୁଏ।] (ଯଥା—ମୁଁ ସବୁ ଜିନିଷକୁ ଅଲଗା କରି ରଖିଥିଲି, ସେ ପହଞ୍ଚି ତାକୁ ଅତରପିତର କରି ଦେଲା।)