ଅଣ୍ଡିରା ବିଲୁଆ ବୋବାଳି Aṇdirā biluā bobāḻī
- ( ଲୌକିକ ସଂସ୍କାର )— ସାଧାରଣ ବିଲୁଆଙ୍କ 'ହୁକେହୁକେ' ଡାକ ଅପେକ୍ଷା କର୍କଶତର ଗୋଟିକିଆ ବିଲୁଆର ଦୀର୍ଘକାଳସ୍ଥାୟୀ ଡାକ — The shrill howl of a male jackal which is taken to portend death to some person in the vicinity
- ( ଲୌକିକ ସଂସ୍କାର )— [ଦ୍ର—ସାଧାରଣତଃ ବିଲୁଆମାନେ ସନ୍ଧ୍ୟାବେଳେ, ରାତି ପହରକ ଠାରେ, ରାତି ଦୁଇ ପହରେ, ରାତି ତିନି ପହରେ ଦଳବଦ୍ଧ ହୋଇ "ହୁକେ ହୁକେ" ବୋବାଳି ଛାଡ଼ନ୍ତି। କିନ୍ତୁ ଅଣ୍ଡିରା ବିଲୁଆ ଅସମୟରେ ଦୀର୍ଘକାଳସ୍ଥାୟୀ ବିକଟ ଚିତ୍କାର କରେ। ଗ୍ରାମ ନିକଟରେ ଅଣ୍ଡିରା ବିଲୁଆ ବୋବାଇଲେ ଗ୍ରାମସ୍ଥ କୌଣସି ବ୍ୟକ୍ତିର ଆଶୁମୃତ୍ୟୁ ଘଟିବାର ଗ୍ରାମବାସୀ- ମାନେ ବିଶ୍ୱାସ କରନ୍ତି। ଅଣ୍ଡିରା ବିଲୁଆ ବୋବାଳି ଅଶୁଭସୂଚକ।]