ଅଣାଇଦେବା Aṇāidebā
- ଦେ. କ୍ରି (ସଂ. ଆ+ନୀ ଧାତୁ—ଆଣିଦେବାର ଣିଜନ୍ତ ପ୍ରୟୋଗ) ଅନ୍ୟଦ୍ୱାରା କୌଣସି ପଦାର୍ଥକୁ ଆନୀତ କରିବା — To cause a thing to be brought in or fetched
- ଦେ. କ୍ରି (ତା. ଅଣ୍ଣୁ=ଆଉଜିବା)—କୌଣସି ବସ୍ତୁ ବା ପାତ୍ରକୁ ଏକପାଖକୁ ଆଉଜାଇବା ବା ଢଳାଇବା ବା ବଙ୍କ କରିବା — To cause a thing or pot to incline to a side