ଅଣତୃତୀୟା Aṇatṛutīyā
- ଗ୍ରା. ବିଣ. (ସଂ. ନ+ତୃତୀୟା) — ଯେଉଁ ଧାନବିହନ କ୍ଷେତରେ ଅକ୍ଷୟତୃତୀୟା ପୂର୍ବରୁ ବୁଣା ହୋଇ— ଥାଏ — (paddy) Sown before the Akshayatṛutīyā day
- ଗ୍ରା. ବିଣ. (ସଂ. ନ+ତୃତୀୟା) — (ଯଥା—ଏ ସନ ଚୈତ୍ରମାସରେ ଖୁବ୍ ବରଷା ହେବାରୁ ଚଷାଯାକ ଅଣତୃତୀୟା କରି ଧାନ ବୁଣିଗଲେ।)
- ଗ୍ରା. ବି — ଅକ୍ଷୟତୃତୀୟା ପୂର୍ବରୁ ଖାଲ ବିଲରେ ଧାନ ବୁଣିବା କର୍ମ — Sowing of paddy in low lands before the Akshayatṛutīyā day
- ଗ୍ରା. ବି — [ଦ୍ର—ସାଧାରଣତଃ ଚାଷିମାନେ ବିଲରେ ଧାନ ବୁଣିବା କାମ ଅକ୍ଷୟତୃତୀୟା ଦିନରୁ ଆରମ୍ଭ କରନ୍ତି; କିନ୍ତୁ ଯେବେ ଚୈତ୍ରମାସରେ ଗୁଡ଼ାଏ ବର୍ଷା ହୋଇଯାଏ ଓ ପରେ ବର୍ଷା ଛିନିଛୋଟିଆ ହେବ ବୋଲି ଆଶଙ୍କା ହୁଏ, ତେବେ ଚଷା ଅକ୍ଷୟତୃତୀୟା ପୂର୍ବରୁ ଧାନ ବୁଣି ଦିଏ। ଆହୁରି ମଧ୍ୟ ମେଘ ଯେବେ ଏକପାଣିଆ କରି ରଖି ଅକ୍ଷୟ— ତୃତୀୟା ପରେ ଖୁବ୍ ଗୁଡ଼ାଏ ବର୍ଷା ହେବାର ଆଶଙ୍କା ହୁଏ, ତେବେ ଖାଲି କିଆରିମାନଙ୍କରେ ବର୍ଷା ପାଣି ଭରତି ହୋଇଗଲେ, ଧାନ ବୁଣି ହେବ ନାହିଁ ବୋଲି ଚାଷିମାନେ ଅକ୍ଷୟତୃତୀୟା ପୂର୍ବରୁ ଖାଲ କିଆରୀରେ ଧାନ ବୁଣନ୍ତି।]