ଅଣଚାଶ ପବନ Aṇachāṡa pabana

  • ଦେ. ବି. (ସଂ. ଊନପଞ୍ଚାଶତ୍+ପବନ) — ମୃତ୍ୟୁର ଅବ୍ୟବହିତ ପୂର୍ବରେ ମନୁଷ୍ୟର ବହିବା ଖରନିଃଶ୍ୱାସ — Violent pantings gasps before death
  • ଦେ. ବି. (ସଂ. ଊନପଞ୍ଚାଶତ୍+ପବନ) — ପ୍ରବଳ ପ୍ରଭଞ୍ଜନ — Tempest
  • ଦେ. ବି. (ସଂ. ଊନପଞ୍ଚାଶତ୍+ପବନ) — [ଦ୍ର—ପୁରାଣରେ ଅଛି ଯେ, କାଶ୍ୟପପତ୍ନୀ ଅଦିତି ପବନଙ୍କୁ ଗର୍ଭରେ ଧାରଣ କରିଥିବା ଅବସ୍ଥାରେ ଅଦିତିଙ୍କ ସପତ୍ନୀ ଦିତିଙ୍କ ପ୍ରରୋଚନାରେ ଦିତିପୁତ୍ର ଇନ୍ଦ୍ର ଅଦିତିଙ୍କ ଗର୍ଭ ମଧ୍ୟରେ ପ୍ରବେଶ କରି ଭ୍ରୁଣକୁ ସାତ ଖଣ୍ଡ କରି କାଟି ପକାଇଲେ। କିନ୍ତୁ ଯେ କଟା ହୋଇଥିବା ସାତଖଣ୍ଡଯାକ ଜୀଇଁଛି, ଏହା ଦେଖି ପୁଣି ସେ ସାତଖଣ୍ଡର ପ୍ରତ୍ୟେକକୁ ସାତ ସାତ ଖଣ୍ଡ କରି କାଟିଲେ; ତଥାପି ସେ ଅଣଚାସ ଖଣ୍ଡର ପ୍ରାଣ ଗଲା ନାହିଁ। ଇନ୍ଦ୍ର ଭ୍ରୁଣହତ୍ୟା କରି ନ ପାରି ଫେରିଲେ ଓ ଯଥାକାଳରେ ଅଦିତିଙ୍କ ଗର୍ଭରୁ ପବନ 49 ଟି ରୂପ ଧାରଣ କରି ଜନ୍ମିଲେ। ଲୋକବିଶ୍ୱାସ ଯେ, ମୃତ୍ୟୁକାଳରେ ପବନଙ୍କର ଏହି ଅଣଚାଶ ମୂର୍ତ୍ତି ମନୁଷ୍ୟର ପିଣ୍ଡରୁ ବାହାରି ଯାଏ ଓ ସେହି ହେତୁ ମନୁଷ୍ୟ ହାଁପି ହୁଏ।] — [ଦ୍ର—ପୁରାଣରେ ଅଛି ଯେ, କାଶ୍ୟପପତ୍ନୀ ଅଦିତି ପବନଙ୍କୁ ଗର୍ଭରେ ଧାରଣ କରିଥିବା ଅବସ୍ଥାରେ ଅଦିତିଙ୍କ ସପତ୍ନୀ ଦିତିଙ୍କ ପ୍ରରୋଚନାରେ ଦିତିପୁତ୍ର ଇନ୍ଦ୍ର ଅଦିତିଙ୍କ ଗର୍ଭ ମଧ୍ୟରେ ପ୍ରବେଶ କରି ଭ୍ରୁଣକୁ ସାତ ଖଣ୍ଡ କରି କାଟି ପକାଇଲେ କିନ୍ତୁ ଯେ କଟା ହୋଇଥିବା ସାତଖଣ୍ଡଯାକ ଜୀଇଁଛି, ଏହା ଦେଖି ପୁଣି ସେ ସାତଖଣ୍ଡର ପ୍ରତ୍ୟେକକୁ ସାତ ସାତ ଖଣ୍ଡ କରି କାଟିଲେ; ତଥାପି ସେ ଅଣଚାସ ଖଣ୍ଡର ପ୍ରାଣ ଗଲା ନାହିଁ ଇନ୍ଦ୍ର ଭ୍ରୁଣହତ୍ୟା କରି ନ ପାରି ଫେରିଲେ ଓ ଯଥାକାଳରେ ଅଦିତିଙ୍କ ଗର୍ଭରୁ ପବନ49ଟି ରୂପ ଧାରଣ କରି ଜନ୍ମିଲେ ଲୋକବିଶ୍ୱାସ ଯେ, ମୃତ୍ୟୁକାଳରେ ପବନଙ୍କର ଏହି ଅଣଚାଶ ମୂର୍ତ୍ତି ମନୁଷ୍ୟର ପିଣ୍ଡରୁ ବାହାରି ଯାଏ ଓ ସେହି ହେତୁ ମନୁଷ୍ୟ ହାଁପି ହୁଏ]