ଅଠରନଳା ସଙ୍ଗେ ସଙ୍ଗାତ ବସିବା Aṭharanaḻā saṅge saṅgāta basibā
- ଦେ. ପ୍ରବଚନ— (ସ୍ତ୍ରୀମାନଙ୍କ ପକ୍ଷରେ) ଅଠରଟି ସନ୍ତାନ ପ୍ରସବ କରିବା; ଅଠରଟି ସନ୍ତାନ ସନ୍ତତିର ମାତା ହେବା — To be the mother of eighteen children; to give birth to eighteen children
- ଦେ. ପ୍ରବଚନ— (ସ୍ତ୍ରୀମାନଙ୍କ ପକ୍ଷରେ) [ଦ୍ର—ଯେଉଁ ଭାଗ୍ୟବତୀ ସ୍ତ୍ରୀ ଅଠରଟି ସନ୍ତାନର ଜନନୀ ହୁଅନ୍ତି, ସେ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଆସି ଅଠରନଳା ପୋଲ ନିକଟରେ ଉପସ୍ଥିତ ହୋଇ ଉକ୍ତ ପୋଲକୁ କିଛି ମହାପ୍ରସାଦ ଅର୍ପଣ କରି ଅଠରନଳା ସଙ୍ଗେ 'ସଙ୍ଗାତ' ବସନ୍ତି। ବାଲେଶ୍ୱରର ଉତ୍ତର ପ୍ରାନ୍ତରୁ ଅଠର ସନ୍ତାନର ଜନନୀ ପୁରୀକୁ ଆସି ଅଠରନଳା ସଙ୍ଗେ ସଙ୍ଗାତ ବସିବା କଥା ଲେଖକଙ୍କୁ ବ୍ୟକ୍ତିଗତ ଭାବରେ ଜଣା ଅଛି।]