ଅଜୀର୍ଣ୍ଣ Ajīrṇṇa

  • ସଂ. ବିଣ. (ଅ+ଜୀର୍ଣ୍ଣ) — ଜୀର୍ଣ୍ଣ ବା ପରିପାକ ହୋଇ ନ ଥିବା (ଭୁକ୍ତ ଦ୍ରବ୍ୟ) — Undigested (food)
  • ସଂ. ବିଣ. (ଅ+ଜୀର୍ଣ୍ଣ) — ଯାହା ପୁରୁଣା ନୁହେଁ — Not old
  • ସଂ. ବିଣ. (ଅ+ଜୀର୍ଣ୍ଣ) — ଯାହା ପୁରୁଣା ହେବାରୁ ଛିଣ୍ଡି ଯାଇନାହିଁ — Not worn-out
  • ସଂ. ବିଣ. (ଅ+ଜୀର୍ଣ୍ଣ) — ଯାହା କ୍ଷଯପ୍ରାପ୍ତ ହୋଇ ନାହିଁ — Undecayed
  • ସଂ. ବିଣ. (ଅ+ଜୀର୍ଣ୍ଣ) — ନୂତନ; ନୂଆ; ତଟକା — New; fresh
  • ସଂ. ବି — ଭୁକ୍ତଦ୍ରବ୍ୟର ଅପରିପାକ; ବଦହଜମୀ — Indigestion; acidity
  • ସଂ. ବି — ଖାଦ୍ୟଦ୍ରବ୍ୟ ଜୀର୍ଣ୍ଣ ନ ହେବା ଜନିତ ରୋଗ — Dyspepsia
  • ସଂ. ବି — [ଦ୍ର—ଆୟୁର୍ବେଦରେ ଅଜୀର୍ଣ୍ଣ ରୋଗ ଛଅ ପ୍ରକାର; ଯଥା— 1 ଆମାଜୀର୍ଣ୍ଣ—ଯହିଁରେ ଭୁକ୍ତ ଦ୍ରବ୍ୟ କଞ୍ଚା ଥାଇ ଝାଡ଼ା ବା ବାନ୍ତିରେ ବାହାରେ। 2 ବିଦଗ୍ଧାଜୀର୍ଣ୍ଣ—ଯହିଁରେ ଭୁକ୍ତ ଦ୍ରବ୍ୟ ପେଟରେ ଜଳିଯାଏ। 3 ବିଷ୍ଟବ୍ଧାଜୀର୍ଣ୍ଣ—ଯହିଁରେ ଭୁକ୍ତ ଦ୍ରବ୍ୟ ଟାଣୁଆ ଓ ଗୋଟାଳିଆ ବାନ୍ଧି କୋଷ୍ଠବଦ୍ଧ ହୁଏ। 4 ରସଶେଷାଜୀର୍ଣ୍ଣ—ଯହିଁରେ ଭୁକ୍ତ ଦ୍ରବ୍ୟ ପାଣି ପରି ତରଳ ହୋଇଥାଏ। 5 ଦିନପାକୀ ଅଜୀର୍ଣ୍ଣ— ଯହିଁରେ ଭୁକ୍ତ ଦ୍ରବ୍ୟ ପେଟରେ ସେହିପରି ରହେ ଓ କ୍ଷୁଧା ହୁଏ ନାହିଁ। 6. ପ୍ରକୃତ୍ୟାଜୀର୍ଣ୍ଣ ବା ସାମାନ୍ୟାଜୀର୍ଣ୍ଣ—ଯେତିକି ପରିମାଣରେ ଖାଦ୍ୟ ମନୁଷ୍ୟ ଜୀର୍ଣ୍ଣ କରିପାରେ, ତହିଁରୁ ବେଶି ଖାଇବା ଯୋଗୁଁ ଜନ୍ମିବା ଅଜୀର୍ଣ୍ଣ। (ହିନ୍ଦି ଶବ୍ଦସାଗର)।] — [ଦ୍ର—ଆୟୁର୍ବେଦରେ ଅଜୀର୍ଣ୍ଣ ରୋଗ ଛଅ ପ୍ରକାର; ଯଥା—1ଆମାଜୀର୍ଣ୍ଣ—ଯହିଁରେ ଭୁକ୍ତ ଦ୍ରବ୍ୟ କଞ୍ଚା ଥାଇ ଝାଡ଼ା ବା ବାନ୍ତିରେ ବାହାରେ2ବିଦଗ୍ଧାଜୀର୍ଣ୍ଣ—ଯହିଁରେ ଭୁକ୍ତ ଦ୍ରବ୍ୟ ପେଟରେ ଜଳିଯାଏ3ବିଷ୍ଟବ୍ଧାଜୀର୍ଣ୍ଣ—ଯହିଁରେ ଭୁକ୍ତ ଦ୍ରବ୍ୟ ଟାଣୁଆ ଓ ଗୋଟାଳିଆ ବାନ୍ଧି କୋଷ୍ଠବଦ୍ଧ ହୁଏ4ରସଶେଷାଜୀର୍ଣ୍ଣ—ଯହିଁରେ ଭୁକ୍ତ ଦ୍ରବ୍ୟ ପାଣି ପରି ତରଳ ହୋଇଥାଏ5ଦିନପାକୀ ଅଜୀର୍ଣ୍ଣ— ଯହିଁରେ ଭୁକ୍ତ ଦ୍ରବ୍ୟ ପେଟରେ ସେହିପରି ରହେ ଓ କ୍ଷୁଧା ହୁଏ ନାହିଁ6.ପ୍ରକୃତ୍ୟାଜୀର୍ଣ୍ଣ ବା ସାମାନ୍ୟାଜୀର୍ଣ୍ଣ—ଯେତିକି ପରିମାଣରେ ଖାଦ୍ୟ ମନୁଷ୍ୟ ଜୀର୍ଣ୍ଣ କରିପାରେ, ତହିଁରୁ ବେଶି ଖାଇବା ଯୋଗୁଁ ଜନ୍ମିବା ଅଜୀର୍ଣ୍ଣ (ହିନ୍ଦି ଶବ୍ଦସାଗର)]