ଅଘୋରପନ୍ଥୀ Aghorapanthī

  • ସଂ. ବିଣ. ପୁଂ. (ଅଘୋର ପନ୍ଥା+ଇନ୍; 1 ମା. 1 ବ) — ଅଘୋରୀ; ଅଘୋରପନ୍ଥାବଲମ୍ବୀ — Following the tenets of the Aghora sect
  • ସଂ. ବି — ଅଘୋରସମ୍ପ୍ରଦାୟର ସନ୍ନ୍ୟାସୀ — An ascetic of the Aghora sect
  • ସଂ. ବି — [ଦ୍ର—ଅଘୋରପନ୍ଥୀମାନେ ଶୈବ; ଅଘୋର ସ୍ୱାମୀ ଏ ପନ୍ଥାର ଆଦି ଗୁରୁ। ଏମାନଙ୍କ ଆଦି ସ୍ଥାନ ପ୍ରାଚୀନ ବରପୁତ୍ର (ଆଧୁନିକ ବରୋଦା) ବର୍ତ୍ତମାନ ଏହି ସନ୍ନ୍ୟାସୀ ଓ ସନ୍ନ୍ୟାସିନୀମାନେ ରାଜପୁତାନା ଅନ୍ତର୍ଗତ ଆବୁ ପାହାଡ଼ରେ ଥାଆନ୍ତି। ଏମାନେ ଅପରିଷ୍କୃତ, ନିର୍ଘୃଣ ଓ ବିକାରରହିତ, ମଦ୍ୟ, ମାଂସ, ମଳ, ମୂତ୍ର, ଶବମାଂସ, ପକ୍ୱ ଅପକ୍ୱ, ଦୁର୍ଗନ୍ଧ, ଅଖାଦ୍ୟ ବସ୍ତୁମାନ ଏମାନେ ନିର୍ବିକାରରେ ଭୋଜନ କରନ୍ତି। ଏମାନେ ମୁଛ, ଦାଢ଼ୀ, ସଭାବାଳ ଓ ଜଟା ରଖନ୍ତି। ବରୋଦା ରାଜ୍ୟରେ ଅଘୋରେଶ୍ୱର ନାମରେ ଏ ସମ୍ପ୍ରଦାୟର ଗୋଟିଏ ମଠ ଥିଲା। ଏହି ମଠରେ ଅଘୋର ସ୍ୱାମୀ ରହୁଥିଲେ। ଗିର୍ଣ୍ଣାର ଗିରିଗୁହାମାନଙ୍କରେ ବହୁ ଶତ ଅଘୋରଦୀକ୍ଷାଧାରୀ ସନ୍ନ୍ୟାସୀ ଓ ସନ୍ନ୍ୟାସିନୀ ବାସ କରନ୍ତି। ବର୍ତ୍ତମାନ ଏ ସମ୍ପ୍ରଦାୟ କ୍ରମଶଃ ଲୁପ୍ତ ହେଉଅଛି। ମର୍କୋପୋଲୋ, ପ୍ଲିନୀ, ଆରିଷ୍ଟଟ୍ଲ ଆଦି ପ୍ରାଚୀନ ବିଦେଶୀୟ ପଣ୍ଡିତମାନଙ୍କ ଗ୍ରନ୍ଥରେ ଏ ସମ୍ପ୍ରଦାୟଙ୍କ ବିଷୟ ଲେଖା ଅଛି।]