ଅଗ୍ନିସଖ Agnisakha
- ସଂ. ବି. (ବହୁବ୍ରୀହି; ଅଗ୍ନି+ସଖା) — ବାୟୁ; ପବନ — The air
- ସଂ. ବି. (ବହୁବ୍ରୀହି; ଅଗ୍ନି+ସଖା) — [ଦ୍ର—ଅଗ୍ନି ଜଳିବା ପାଇଁ ବାୟୁ ଏକାନ୍ତ ଆବଶ୍ୟକ। ବାୟୁ ନ ହେଲେ ଅଗ୍ନି ଜଳି ପାରିବ ନାହିଁ। ଯେଉଁଠାରେ ଅଗ୍ନି ଲାଗେ ସେଠାରେ ବାୟୁ ପ୍ରବଳ ବେଗରେ ବହେ। ଅଗ୍ନି ଦ୍ୱାରା ନିକଟସ୍ଥ ବାୟୁ ଉତ୍ତପ୍ତ ଓ ହାଲୁକା ହୋଇ ଆକାଶକୁ ଉଠିଯାଏ ଓ ଅନ୍ୟ ଦିଗରୁ ବାୟୁ ପ୍ରବଳ ବେଗରେ ଆସି ଉତ୍ଥିତ ବାୟୁର ସ୍ଥାନ ପୂରଣ କରୁଥାଏ।]