ଅଗ୍ନିପରୀକ୍ଷା Agniparīkshā
- ସଂ. ବି. ( 3 ୟା ତତ୍) — ଅଗ୍ନିମାଣ୍ଡୁ; ଅଭିଯୁକ୍ତ ବ୍ୟକ୍ତିକୁ ନିଆଁରେ ପ୍ରବେଶ କରାଇ ତାହାର ଶୁଦ୍ଧତା ବା ଅଶୁଦ୍ଧତା ନିର୍ଣ୍ଣୟ କରିବା ପ୍ରକ୍ରିୟା — Ordeal by fire
- ସଂ. ବି. ( 3 ୟା ତତ୍) — [ଦ୍ର—ଜଳନ୍ତା ନିଆଁରେ ଅଭିଯୁକ୍ତ ବ୍ୟକ୍ତି ପଶିଯାଇ ଯେବେ ତହିଁରୁ ବର୍ତ୍ତି ଆସେ, ତେବେ ସେ ନିର୍ଦ୍ଦୋଷ ଓ ଯେବେ କ୍ଷତ ହୁଏ ବା ପୋଡ଼ିଯାଏ ତେବେ ସେ ଦୋଷୀ ବୋଲି ସାବ୍ୟସ୍ତ ହେଉଥିଲା। ସୀତା ଲଙ୍କାର ଅଶୋକବନରୁ ମୁକ୍ତ ହେବା ପରେ ଅଗ୍ନିପରୀକ୍ଷାଦ୍ୱାରା ନିଜର ବିଶୁଦ୍ଧତା ପ୍ରମାଣିତ କରିଥିଲେ ଓ ଅଗ୍ନିପରୀକ୍ଷା ପରେ ଶ୍ରୀରାମ ତାଙ୍କୁ ଗ୍ରହଣ କରି ଲଙ୍କାରୁ ଅଯୋଧ୍ୟାକୁ ସଙ୍ଗରେ ଆଣିଥିଲେ।]
- ସଂ. ବି. ( 3 ୟା ତତ୍) — ଅଗ୍ନିମାଣ୍ଡୁ ପରି ଭୟଙ୍କର ପରୀକ୍ଷା — A fiery or severe test