ଅଗାଣ୍ଡିଆ Agāṇḍiā
- ଦେ. ବିଣ — ଯେଉଁ ପାତ୍ର (ଯଥା—ହାଣ୍ଡି, ମାଠିଆ, ବାଲ୍ତି, ବୋତଲ) ତଳେ ଗାଣ୍ଡି ବା ବଇଠି ନ ଥାଏ ଓ ଗାଣ୍ଡି ନ ଥିବାରୁ ଯାହାକୁ ସମତଳ ଭୂମିରେ ବିନା ମଳାରେ ରଖି ଦେଲେ ଯାହା ସିଧା ଭାବରେ ନ ରହି ଅଣେଇ ହୋଇଯାଏ; ଯେଉଁ ପାତ୍ରର ଗାଣ୍ଡି ବା ତଳପାଖ ଗୋଲ — (a pot) Having no stable bottom; round-bottomed
- ଦେ. ବିଣ — [ଦ୍ର—ସାଧାରଣତଃ ଓଡ଼ିଶାର ହାଣ୍ଡି ଓ ମାଠିଆମାନ ଅଗାଣ୍ଡିଆ ଅଟେ।]