ଅଗସ୍ତ୍ୟୋଦୟ Agastyodaya
- ସଂ. ବି. ( 6 ଷ୍ଠୀ ତତ୍. ଅଗସ୍ତ୍ୟ+ଉଦୟ) — ଦକ୍ଷିଣାକାଶରେ ଭାଦ୍ର ଶୁକ୍ଳ ସପ୍ତମୀ ରାତିରେ ପୂର୍ବଦିଗରୁ ଅଗସ୍ତି ନକ୍ଷତ୍ରର ଉଦୟ — The rising of the star Canopus in the southern sky on the 7th day of the lunar month Bhādra
- ସଂ. ବି. ( 6 ଷ୍ଠୀ ତତ୍. ଅଗସ୍ତ୍ୟ+ଉଦୟ) — ଶରଦୃତୁର ପ୍ରାରମ୍ଭ — The beginning of Indian autumn
- ସଂ. ବି. ( 6 ଷ୍ଠୀ ତତ୍. ଅଗସ୍ତ୍ୟ+ଉଦୟ) — [ଦ୍ର—ଅଗସ୍ତି ନକ୍ଷତ୍ରର ଉଦୟ ସଙ୍ଗେ ଶରଦୃତୁର ଚିହ୍ନ ପ୍ରକାଶିତ ହୁଏ, ଆକାଶରୁ ମେଘ ଛାଡ଼ିଯାଏ, ନଦୀ ପୁଷ୍କରିଣୀର ଜଳ ନିର୍ମଳ ହୁଏ, ରାସ୍ତା ଘାଟରୁ କର୍ଦ୍ଦମ ଶୁଖିଯାଏ ଓ ଜଳଚର ପକ୍ଷୀମାନେ ଜଳାଶୟମାନଙ୍କରେ ଆସି ଚରନ୍ତି। ଏଥିଯୋଗୁଁ ଅଗସ୍ତ୍ୟୋଦୟ ଏହି ଶରଦୃତୁର ଲକ୍ଷଣମାନଙ୍କ କାରଣ ବୋଲି ପୁରାଣକାରମାନେ ବିଶ୍ୱାସ କରୁଥିଲେ। କବି ରାଧାନାଥ 'ଚିଲିକା'ରେ ଅଗସ୍ତ୍ୟୋଦୟ ବର୍ଣ୍ଣନା କରିଅଛନ୍ତି:— କଳୁଷିତ ବାରି କଳୁଷହାରକ, କାସାରେ କୁମୁଦ ହାସପ୍ରକାଶକ, ଦକ୍ଷିଣାଶାବଧୂ ଅବିତଂସ ମୋତି, ମହୋଜ୍ଜ୍ୱଳ କୁମ୍ଭସମୁଦ୍ଭବଜ୍ୟୋତି, ଉଇଁଲେ ଆକାଶେ ଆସି ଦଳେ ଦଳେ, ପୂରନ୍ତି ଏ ଜଳ କଳ କୋଳାହଳେ।]