ଅଖାଉଟିଆ Akhāuṭiā

  • ଦେ. ବିଣ. ପୁଂ. (ସଂ. ଅ+ଖାଦ ଧାତୁ) — ଯେଉଁ ବ୍ୟକ୍ତି ଅନ୍ୟଠାରୁ ଖରିଦ କରିବା ଖାଦ୍ୟ ଦ୍ରବ୍ୟକୁ (ଯଥା—ଧାନ, ଚାଉଳ) ନିଜେ ନ ଖାଇ ଲାଭ ପାଇବା ପାଇଁ ବିକ୍ରି କରେ। — (a person) Who purchases food-grains etc. to sell at a profit
  • ଦେ. ବିଣ. ପୁଂ. (ସଂ. ଅ+ଖାଦ ଧାତୁ) — ଯେଉଁ ବ୍ୟକ୍ତି ନିଜର ଖାଦ୍ୟସାମଗ୍ରୀ (ଧାନ, ଚାଉଳ, ମୁଗ, ପରିବା) ନିୟମିତରୂପେ ବଜାରରୁ କିଣେ ନାହିଁ (କାରଣ ଉକ୍ତ ଫସଲମାନ ସେ ଉତ୍ପାଦନ କରେ)। — (a person) Who has not to purchase food-grains from the market for his own consumption
  • ଦେ. ବିଣ. ପୁଂ. (ସଂ. ଅ+ଖାଦ ଧାତୁ) — ଯେଉଁ ବ୍ୟକ୍ତି ନିଜର ପ୍ରସ୍ତୁତ ଖାଦ୍ୟସାମଗ୍ରୀ ବା ନିଜ କ୍ଷେତ୍ରରୁ ଉତ୍ପନ୍ନ ଖାଦ୍ୟ ଶସ୍ୟାଦିକୁ ନିଜେ ନ ଖାଇ ଲାଭ ପାଇଁ ବିକ୍ରି କରେ — (a person) Who sells the food-grains or other produce of his land for grain in the market