ଅକ୍ଷପାଦ Akshapāda

  • ସଂ. ବି. ପୁଂ. (ଅକ୍ଷ+ପାଦ) — (ବହୁବ୍ରୀହି) ନ୍ୟାୟଶାସ୍ତ୍ର ପ୍ରଣେତା ଗୌତମ ମୁନି। — A name of sage Ga̲u̲tama
  • ସଂ. ବି. ପୁଂ. (ଅକ୍ଷ+ପାଦ) — [ଦ୍ର—ପୁରାଣରେ ଅଛି ଯେ ଗୌତମ ମୁନି ବ୍ୟାସଙ୍କ ପ୍ରତି କ୍ରୁଦ୍ଧ ହୋଇ ଚକ୍ଷୁ ଦ୍ୱାରା ତାଙ୍କ ମୁଖ ନ ଦେଖିବେ ବୋଲି ପ୍ରତିଜ୍ଞା କରିଥିଲେ; ବ୍ୟାସଦେବ ସ୍ତୁତି ଦ୍ୱାରା ପରେ ଗୌତମଙ୍କ ପ୍ରସନ୍ନ କରାଇବାରୁ ଗୌତମ ପୂର୍ବ ପ୍ରତିଜ୍ଞା ରଦ୍ ନ କରି ନିଜ ଚରଣରେ ଚକ୍ଷୁ ସୃଷ୍ଟି କରି ବ୍ୟାସଙ୍କ ମୁଖାବଲୋକନ କରିଥିଲେ।]
  • ସଂ. ବି. ପୁଂ. (ଅକ୍ଷ+ପାଦ) — ( 6 ଷ୍ଠୀ ତତ୍) ଚକ୍ରାଙ୍ଗ; ଚକର ପୁଟି। — (6ଷ୍ଠୀ ତତ୍) ଚକ୍ରାଙ୍ଗ; ଚକର ପୁଟି. Arcs of a wheel
  • ସଂ. ବି. ପୁଂ. (ଅକ୍ଷ+ପାଦ) — (ବହୁବ୍ରୀହି) ଜ୍ଞାନୀ ବ୍ୟକ୍ତି; ଦାର୍ଶନିକ ବ୍ୟକ୍ତି। — A philosopher
  • ସଂ. ବି. ପୁଂ. (ଅକ୍ଷ+ପାଦ) — (ବହୁବ୍ରୀହି) ତାର୍କିକ ବ୍ୟକ୍ତି; ନୈୟାୟିକ ବ୍ୟକ୍ତି। — A logician; a reasoner