ଅକାଳସହ Akāḻasaha
- ସଂ. ବିଣ. ପୁଂ. (ନଞ ତତ୍; ଅ+କାଳସହ) — ଯେଉଁ ବ୍ୟକ୍ତି ବିଳମ୍ବ ସହି ପାରେ ନାହିଁ; ଅସମ୍ଭାଳ; ଅଧୀର — (Person) Not brooking delay; impatient; unable to bide one's time
- ସଂ. ବିଣ. ପୁଂ. (ନଞ ତତ୍; ଅ+କାଳସହ) — ଯେଉଁ ବସ୍ତୁ (ଯଥା—ପାଚିଲା ଫଳ; କଞ୍ଚା ଦୁଧ; ରନ୍ଧା ଭାତ; ତିଅଣ) ବେଶି କାଳ ରହିଗଲେ ବ୍ୟବହାରର ଅଯୋଗ୍ୟ, ବିକୃତ ବା ପୋଚିଆ ହୋଇଯାଏ। — (thing) Which becomes spoiled if not used soon
- ସଂ. ବିଣ. ପୁଂ. (ନଞ ତତ୍; ଅ+କାଳସହ) — ଯେଉଁ ବିଷୟ ବିଳମ୍ବ ଘଟିଲେ ନଷ୍ଟ ହୁଏ। — (matter) Which does not admit of any delay
- ସଂ. ବିଣ. ପୁଂ. (ନଞ ତତ୍; ଅ+କାଳସହ) — ଯେଉଁ ପଦାର୍ଥ ବହୁକାଳସ୍ଥାୟୀ ବା ସହନଶୀଳ ନୁହେ। — Unable to hold out long