ଅକାଳକାଣ୍ଡ Akāḻakāṇda

  • ଦେ. ବି. (ଅକାଳରେ ଉପଗତ କାଣ୍ଡ) — ଅକସ୍ମାତ୍ ଆସି ପଡ଼ିବା ଶର। — An arrow which comes from nowhere
  • ଦେ. ବି. (ଅକାଳରେ ଉପଗତ କାଣ୍ଡ) — ଶୃଙ୍ଗାରକାଳେ ନାରାଚ ମାଇଲୁ ତୁ ପାଣ୍ଡୁ, ତୋର ଶୃଙ୍ଗାରେ ଅକାଳକାଣ୍ଡ ଆସି ପଡ଼ୁ। ସାରଳା ମହାଭାରତ, ଆଦ୍ୟ।
  • ଦେ. ବି. (ଅକାଳରେ ଉପଗତ କାଣ୍ଡ) — [ଦ୍ର—ଅଗ୍ନିକାଋଷି ପୁତ୍ରକାମନାରେ ଗୋଟିଏ ମୃଗୀକୁ ରମଣ କରୁଥିବାବେଳେ ମୃଗୀର ରାବଶୁଣି ମୃଗୟାର୍ଥ ବନକୁ ଆଗତ ପାଣ୍ଡୁ ରାଜା ଶର ମାରିବାରୁ ଋଷି ଓ ମୃଗୀ ମଲେ। ଅଗ୍ନିକାଋଷି ମଲାବେଳେ ପାଣ୍ଡୁଙ୍କୁ ଶାପଦେଲେ ଯେ, ତୁ ମୋତେ ଶୃଙ୍ଗାର କାଳରେ କାଣ୍ଡ ମାରିବାରୁ ତୋ ଶୃଙ୍ଗାର କାଳରେ ତୋ ଉପରେ ଅକାଳକାଣ୍ଡ ଆସି ପଡ଼ୁ। ପାଣ୍ଡୁ ଏହି ଶାପ ଭୟରେ ତାଙ୍କର ଦୁଇ ସ୍ତ୍ରୀଙ୍କ (କୁନ୍ତୀ ଓ ମାଦ୍ରୀ) ସଙ୍ଗମ ପରିତ୍ୟାଗ କଲେ; କେତେକାଳ ଅନ୍ତେ ପାଣ୍ଡୁ ଏକଦା କାମାନ୍ଧ ହୋଇ ମୁନିଙ୍କ ଶାପକୁ ହେଜି ନ ପାରି ମାଦ୍ରୀଙ୍କ ସହବାସ କରିବା ସମୟରେ ତାଙ୍କ କପାଳରେ ଗୋଟିଏ ଅକାଳକାଣ୍ଡ ବାଜିଲା ଓ ସେ ମୃତ ହେଲେ (ସାରଳା ମହାଭାରତ)। ମୂଳ ମହାଭାରତରେ ଏ ଋଷିଙ୍କ ନାମ କିମିନ୍ଦମ ଋଷି।]
  • ଦେ. ବି. (ଅକାଳରେ ଉପଗତ କାଣ୍ଡ) — (ଲକ୍ଷଣାର୍ଥ) ଅକସ୍ମାତ୍ ଓ ଅପ୍ରତ୍ୟାଶିତଭାବରେ ଉପସ୍ଥିତ ହେବା ବିପଦ — A sudden calamity; a bolt from the blue
  • ଦେ. ବି. (ଅକାଳରେ ଉପଗତ କାଣ୍ଡ) — ଅକାଳ କାଣ୍ଡ କପାଳେ ବାଜେ। ଢଗ।
  • ଦେ. ବି. (ଅକାଳରେ ଉପଗତ କାଣ୍ଡ) — ଅସମୟରେ ଘଟିବା କାଣ୍ଡ ବା ଘଟଣା। — An unexpected incident