ଅକର୍ମକ Akarmaka
- ସଂ. ବିଣ. (ବହୁବ୍ରୀହି; ଅ+କର୍ମ) — ବେକାର୍; ନିକମା; କର୍ମହୀନ।
- ସଂ. ବିଣ. (ବହୁବ୍ରୀହି; ଅ+କର୍ମ) — ଅକାମିକା, କର୍ମର ଅନୁପଯୁକ୍ତ।
- ସଂ. ବିଣ. (ବହୁବ୍ରୀହି; ଅ+କର୍ମ) — (ବିପରୀତ—ସକର୍ମକ)
- ସଂ. ବିଣ. (ବହୁବ୍ରୀହି; ଅ+କର୍ମ) — (ବ୍ୟାକରଣ) ଯେଉଁ କ୍ରିୟାର କର୍ମ ନ ଥାଏ; ଯେଉଁ କ୍ରିୟା କୌଣସି କର୍ମକୁ ଅପେକ୍ଷା ନ କରେ — Intransitive verb
- ସଂ. ବିଣ. (ବହୁବ୍ରୀହି; ଅ+କର୍ମ) — [ଦ୍ର—ନିମ୍ନଲିଖିତ ଅର୍ଥବାଚକ କ୍ରିୟାମାନ ଅକର୍ମକ ହୁଏ। ଶୋଇବା, ବସିବା, ଠିଆହେବା, ଚେଇଁବା, ଜୀଇଁବା, ଜନ୍ମିବା, ମରିବା, ସ୍ଥିତ ହେବା, ଖେଳିବା, ବାସ କରିବା, ଘୁମାଇବା, ବୁଡ଼ିବା, ମୁତିବା, ହଗିବା, ଯିବା, ଆସିବା, ପଡ଼ିବା, ଉଠିବା, ହସିବା, କାସିବା, କାନ୍ଦିବା, ଚେଷ୍ଟାକରିବା, ଦଉଡ଼ିବା, କମ୍ପିବା, ରାଗିବା, ବଢ଼ିବା, ଛିଣ୍ଡିବା, ଛୋଟାଇବା, ଉଇଁବା, ଅସ୍ତହେବା, ଛିଙ୍କିବା, ହାଇମାରିବା, ଡରିବା, ନାଚିବା, ପଳାଇବା, ଦଉଡ଼ିବା, ରହିବା, ଉଡ଼ିବା, ଗର୍ବିତ- ହେବା, ମାତିବା, ଭୋଳ ହେବା, କଳ କରିବା, ଝଟକିବା, ହେବା ଇତ୍ୟାଦି। ଏ ସବୁ କ୍ରିୟା ଣିଜନ୍ତ ଆକାର ପ୍ରାପ୍ତ ହେଲେ ସକର୍ମକ ହୋଇଥାଏ। ଯଥା—ଶୁଆଇବା, ବସାଇବା, ଠିଆକରାଇବା, ନିଦରୁ ଉଠାଇବା, ଜୀଆଁଇବା ଇତ୍ୟାଦି। ଅକର୍ମକ କ୍ରିୟାମାନଙ୍କୁ ମନେରଖିବା ପାଇଁ ନିମ୍ନଲିଖିତ ଶ୍ଳୋକଟି ପଣ୍ଡିତମାନେ ବୋଲିବାର ଦେଖାଯାଏ:
- ସଂ. ବିଣ. (ବହୁବ୍ରୀହି; ଅ+କର୍ମ) — ସତ୍ତାଜୀବନଶୟନକ୍ରିଡ଼ାଃ ଭୀତିକ୍ଷୟଜରବାସବ୍ରୀଡ଼ାଃ। ଉଦୟପଳାୟନମଜ୍ମନଦୀପ୍ତିଃ ଭ୍ରମମୋହସ୍ଥିତିଧାବନଶୁଦ୍ଧିଃ ଚେଷ୍ଟା କ୍ରୋଧୋ ନିଦ୍ରା କମ୍ପୋ ମରଣଂ ନୃତ୍ୟଂ ପତନଂ ସଙ୍ଗଃ। ବୃଦ୍ଧିର୍ଜାଗରରୋଦନଯତ୍ନାଃ ଯୁଦ୍ଧୋଦ୍ଯୋଗୋ ହର୍ଷଃ ଶୋଷଃ॥ ହେରମ୍ବନାଥ—ବଂ. ବ୍ୟାକରଣସଂଗ୍ରହ।
- ସଂ. ବିଣ. (ବହୁବ୍ରୀହି; ଅ+କର୍ମ) — କେତେକ ସକର୍ମକ କ୍ରିୟାର ଗୋଟିଏ କର୍ମ ଥାଏ। ଯଥା—ରାମ ଭାତ ଖାଉଛି।
- ସଂ. ବିଣ. (ବହୁବ୍ରୀହି; ଅ+କର୍ମ) — କେତେକ ସକର୍ମକ କ୍ରିୟାର ଦିଓଟି କର୍ମ ଥାଏ। ଯଥା— ରାମ-ବୋଉ ରାମକୁ ଭାତ ଖୁଆଉଅଛନ୍ତି। ଏହି ଦିଓଟି କର୍ମରୁ ଗୋଟିଏ ମୁଖ୍ୟକର୍ମ ଓ ଗୋଟିଏ ଗୌଣ କର୍ମ। (କର୍ମ ତଳେ ନୋଟ୍ ଦେଖ)।]