ଅକର୍ଣ୍ଣ Akarṇṇa
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କର୍ଣ୍ଣ; ଯାହାର କାନ ନାହିଁ) — ବଧିର; କାଲ — Hard of hearing; deaf
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କର୍ଣ୍ଣ; ଯାହାର କାନ ନାହିଁ) — ଯେଉଁ ଡଙ୍ଗାର ଶୁକାନୀ ବା ମଙ୍ଗଧରା ନାହିଁ।
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କର୍ଣ୍ଣ; ଯାହାର କାନ ନାହିଁ) — କର୍ଣ୍ଣ-ରାଜା-ଶୂନ୍ୟ (ଦେଶ) — (Country) Devoid of king Karṇṇa
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କର୍ଣ୍ଣ; ଯାହାର କାନ ନାହିଁ) — (ଯଥା—ମହାଭାରତ ଯୁଦ୍ଧରେ ଅଙ୍ଗରାଜ୍ୟ ଅକର୍ଣ୍ଣ ହେଲା।)
- ସଂ. ବି. — ସର୍ପ; ସାପ — Serpent
- ସଂ. ବି. — [ସର୍ପର କର୍ଣ୍ଣ ନ ଥିବାରୁ ଏହାକୁ ଅକର୍ଣ୍ଣ, ଚକ୍ଷୁଶ୍ରାବ ବୋଲାଯାଏ; କିନ୍ତୁ ବୈଜ୍ଞାନିକମାନେ ସ୍ଥିର କରିଅଛନ୍ତି ଯେ ସର୍ପର କର୍ଣ୍ଣଯନ୍ତ୍ର ଅତି କ୍ଷୀଣରୂପ ଦେହାଭ୍ୟନ୍ତରରେ ଅବସ୍ଥିତ।]