ଅଇସୁଲକ୍ଷଣୀ Aisulakshaṇī
- ଗ୍ରା. ବିଣ. ସ୍ତ୍ରୀ—(ସଂ. ଐଶ୍ୱର୍ୟ୍ୟ+ଲକ୍ଷ୍ମୀ; ତୁଳ—ସଂ. ଅୟି! ସୁଲକ୍ଷଣା ଭବ=ହେ! ତୁମ୍ଭେ ସୁଲକ୍ଷଣୀ ହୁଅ) ଐଶ୍ୱର୍ୟ୍ୟଶାଳିନୀ — Prosperous
- ଗ୍ରା. ବିଣ. ସ୍ତ୍ରୀ—(ସଂ. ଐଶ୍ୱର୍ୟ୍ୟ+ଲକ୍ଷ୍ମୀ; ତୁଳ—ସଂ. ଅୟି! ସୁଲକ୍ଷଣା ଭବ=ହେ! ତୁମ୍ଭେ ସୁଲକ୍ଷଣୀ ହୁଅ) ସୌଭାଗ୍ୟବତୀ, ସୁଭଗା, ଯେଉଁ ସ୍ତ୍ରୀ ପତିପୁତ୍ରଯୁକ୍ତା ହୋଇ ସୁଖରେ ରହେ। — (a woman) Who is happy with her husband and sons living
- ଗ୍ରା. ବିଣ. ସ୍ତ୍ରୀ—(ସଂ. ଐଶ୍ୱର୍ୟ୍ୟ+ଲକ୍ଷ୍ମୀ; ତୁଳ—ସଂ. ଅୟି! ସୁଲକ୍ଷଣା ଭବ=ହେ! ତୁମ୍ଭେ ସୁଲକ୍ଷଣୀ ହୁଅ) [ଦ୍ର—ଗୁରୁଜନମାନେ ବାଳିକା ଓ ଅହ୍ୟ ସ୍ତ୍ରୀମାନଙ୍କୁ ଆଶୀର୍ବାଦ କରନ୍ତି 'ଅଇସୁଲକ୍ଷଣୀ ହୋ'।]
- ଗ୍ରା. ବି — (ସ୍ତ୍ରୀ ପକ୍ଷରେ) ସୌଭାଗ୍ୟ, ପତିପୁତ୍ରଯୁକ୍ତ ଅବସ୍ଥା। — (in the case of a woman) State of happiness in having one's husband and children living
- ଗ୍ରା. ବି — ତୋର କର୍ମେ ଅଇସୁଲକ୍ଷଣୀ ସର୍ବଦାଏ ସାରଳା, ମହାଭାରତ, ବିରାଟ।