ଅଇଣ୍ଡିଆ Aiṇḍiā

  • ଦେ. ବି. (ସଂ. ଅଣ୍ଡ, ଏ ରୋଗଗ୍ରସ୍ତ ଶିଶୁର ପେଟ ଅଣ୍ଡାକାର ହୋଇ ବାହାରି ପଡ଼ିଥିବାରୁ; ଏଥିର ସଂ. ନାମ ପରିଗର୍ଭକ) — ବାଳରୋଗ ବିଶେଷ; ଗର୍ଭିଣୀ ମାତାର ଦୂଷିତ ସ୍ତନ୍ୟ ପାନ କରିବାଯୋଗୁଁ ଶିଶୁର ଅଜୀର୍ଣ୍ଣ ଝାଡ଼ା ଓ ଦୁର୍ବଳତା। — Infantile diarrhea due to suckling the breast of a pregnant mother
  • ଦେ. ବି. (ସଂ. ଅଣ୍ଡ, ଏ ରୋଗଗ୍ରସ୍ତ ଶିଶୁର ପେଟ ଅଣ୍ଡାକାର ହୋଇ ବାହାରି ପଡ଼ିଥିବାରୁ; ଏଥିର ସଂ. ନାମ ପରିଗର୍ଭକ) — [ଦ୍ର—ପ୍ରଥମ ଶିଶୁ ମାତୃସ୍ତନ୍ୟପାନ ଛାଡ଼ି ନଥିବା ଅବସ୍ଥାରେ ମାତାର ଗର୍ଭ ହେଲେ ଶିଶୁ ଶୀର୍ଣ୍ଣ ହୁଏ ଓ ତା ପେଟଟି ବଡ଼ ଦେଖାଯାଏ]
  • ଦେ. ବିଣ—ପୁଂ ଓ ସ୍ତ୍ରୀ — ଅଇଣ୍ଡିଆ ରୋଗଗ୍ରସ୍ତ (ଶିଶୁ)। — (a pregnant mother's first child) Suffering from infantile diarrhea