ଅଇଣ୍ଠା ହାତରେ କୁଆ ନ ହୁରୁଡ଼ାଇବା

  • ଦେ. ପ୍ରବଚନ. କ୍ରି. — (ଫଳିତାର୍ଥ) ଅତି କୃପଣ ହେବା। — To be very miserly
  • ଦେ. ପ୍ରବଚନ. କ୍ରି. — (ଯଥା—ସେ ପରା ଅଇଣ୍ଠା ହାତରେ କୁଆକୁ ହୁରୁଡ଼ାଏ ନାହିଁ।)
  • ଦେ. ପ୍ରବଚନ. କ୍ରି. — [ଅଇଣ୍ଠା ହାତରେ ଯେଉଁ କ୍ଷୁଦ୍ର ଅନ୍ନକଣା ଲାଗିଥାଏ, କୁଆକୁ ହୁରୁଡ଼ାଇଲେ କାଳେ ସେ କଣା ଅଙ୍ଗଚାଳନା ଯୋଗୁଁ ଖସିପଡ଼ି ଲୋକସାନ ହେବ, ଏହି ଭୟରେ କୁଆକୁ ନ ହୁରୁଡ଼ାଇବା ବ୍ୟକ୍ତିର କୃପଣତା ସୂଚନା।]