ଅଇଘରା Aigharā

  • ଦେ. ବି—(ସଂ. ଅଗ୍ନ୍ୟୁତ୍ସବ; ସଂ ଅଗ୍ନି + ହରିକା= ରାକ୍ଷସୀ ବିଶେଷ) ମାଘ ପୂର୍ଣ୍ଣିମା। (ଏ ଦିନ ରାତିରେ ଗ୍ରାମମୁଣ୍ଡରେ କୁଟା ଆଦି ଗଦା କରାଯାଇ ଅଗ୍ନି ଉତ୍ସବ ହୁଏ; ଏହି ନିଆଁରୁ 'ଅଗି' ଓ ନିଆଁ ଜଳାଇବାକୁ 'ଅଗିଜଳା' ବୋଲାଯାଏ)। — The fullmoon of the month of Magha on the night of which villagers light a bonfire at one extremity of the village
  • ଦେ. ବି—(ସଂ. ଅଗ୍ନ୍ୟୁତ୍ସବ; ସଂ ଅଗ୍ନି + ହରିକା= ରାକ୍ଷସୀ ବିଶେଷ) ଅଗ୍ନି; ମାଘପୂର୍ଣ୍ଣିମା ରାତିରେ ଗାଆଁମୁଣ୍ଡରେ ଜଳାଯିବା ନିଆଁଗଦା — Bonfire lighted on the fullmoon night of the month of Magha
  • ଦେ. ବି—(ସଂ. ଅଗ୍ନ୍ୟୁତ୍ସବ; ସଂ ଅଗ୍ନି + ହରିକା= ରାକ୍ଷସୀ ବିଶେଷ) ଦୋଳପୂର୍ଣ୍ଣିମାର ପୂର୍ବରାତ୍ରି। — The night preceding the fullmoon of the month of Fālguna
  • ଦେ. ବି—(ସଂ. ଅଗ୍ନ୍ୟୁତ୍ସବ; ସଂ ଅଗ୍ନି + ହରିକା= ରାକ୍ଷସୀ ବିଶେଷ) ଦୋଳପୂର୍ଣ୍ଣିମାର ପୂର୍ବରାତ୍ରିରେ ସନ୍ଧ୍ୟାଠାରୁ ରାତି ପାହିବାପର୍ଯ୍ୟନ୍ତ ଗ୍ରାମମୁଣ୍ଡରେ କରାଯିବା ଅଗ୍ନି ଉତ୍ସବ। — Bonfire lighted at one end of the village on the night preceding the fullmoon of the month of Fālguna
  • ଦେ. ବି—(ସଂ. ଅଗ୍ନ୍ୟୁତ୍ସବ; ସଂ ଅଗ୍ନି + ହରିକା= ରାକ୍ଷସୀ ବିଶେଷ) [ଦ୍ର—ବୁଝିବାକୁ ଗଲେ ଭାରତର ସର୍ବତ୍ର ହୋଲି ଉତ୍ସବ ଉପଲକ୍ଷରେ ଦୋଳପୂର୍ଣ୍ଣିମା ରାତିରେ ଓ କେଉଁକେଉଁଠାରେ ଦୋଳପୂର୍ଣ୍ଣିମାର ପୂର୍ବ ରାତିରେ ଅଗ୍ନି ଉତ୍ସବ କରାଯାଏ।
  • ଦେ. ବି—(ସଂ. ଅଗ୍ନ୍ୟୁତ୍ସବ; ସଂ ଅଗ୍ନି + ହରିକା= ରାକ୍ଷସୀ ବିଶେଷ) ପୁରୀ ଜିଲ୍ଲା ବ୍ରାହ୍ମଣ ଶାସନମାନଙ୍କରେ ଦୋଳପୂର୍ଣ୍ଣିମା ପୂର୍ବ ରାତିରେ ଗ୍ରାମର ଠାକୁର ଗ୍ରାମଦାଣ୍ଡରେ ପଟୁଆର କରି ଯିବା ସମୟରେ ପ୍ରତ୍ୟେକ ଗୃହସ୍ଥଙ୍କ ଘରସାମନା ଦାଣ୍ଡରେ ପହଞ୍ଚି 'ଦ୍ୱାରିଁଭୋଗ' ଖାଆନ୍ତି ଓ ସେହି ସମୟରେ ପ୍ରତ୍ୟେକ ଗୃହସ୍ଥ ତାଙ୍କ ଦୁଆର ଆଗ ଦାଣ୍ଡରେ ନଡ଼ିଆ ବାହୁଙ୍ଗା ବା ବାଉଁଶ ଲଗିରେ କୁଟା ଆଦି ଗୁଡ଼ାଇ ପୂର୍ବରୁ ପୋତି ଥାଆନ୍ତି। ଦିଅଁ ବିଜେ କଲାବେଳେ ଉକ୍ତ ହୁଳାରେ ନିଆଁ ଲଗାଇ ଦିଅନ୍ତି। ଦିଅଁ ଗ୍ରାମମୁଣ୍ଡରେ ପହଞ୍ଚିଲାରୁ ସେଠାରେ ଗ୍ରାମବାସୀଙ୍କଦ୍ୱାରା ସଂଗୃହୀତ ଗୋଟିଏ ବଡ଼ କୁଟାଗଦାରେ ନିଆଁ ଲାଗେ; ସେ ନିଆଁକୁ 'ଅଗି' ବା 'ଅଇଘରା' କହନ୍ତି। ସେହି ଜଳୁଥିବା ନିଆଁଗଦାକୁ ଦିଅଁ ପ୍ରଦକ୍ଷିଣ କରି ସେଠଆରେ ଭୋଗ ଖାଇ ନିଜ ମନ୍ଦିରକୁ ବାହୁଡ଼ନ୍ତି। କଟକ ଜିଲ୍ଲାରେ ଏହି ଅଗ୍ନି ଉତ୍ସବକୁ 'ମେଣ୍ଢାକୁଡ଼ିଆ ପୋଡ଼ି' ଓ ବାଲେଶ୍ୱରରେ ଏହାକୁ 'ମେଣ୍ଢାଘର ପୋଡ଼ି' କହନ୍ତି। ବଙ୍ଗ ଦେଶରେ ଦୋଳପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ଏହିପରି ଅଗ୍ନି ଉତ୍ସବ ହୁଏ। ମାରବାଡ଼ିମାନେ ଦୋଳ ପୂର୍ବ ସନ୍ଧ୍ୟାଠାରୁ ଭୋର ପର୍ଯ୍ୟନ୍ତ କୁଟା, ଚିରା କାନା, ଚିରା କାଗଜ, ଓ କାଠ ଆଦି ଦାଣ୍ଡରେ ଜମା କରି ଅଗି ଜାଳନ୍ତି।
  • ଦେ. ବି—(ସଂ. ଅଗ୍ନ୍ୟୁତ୍ସବ; ସଂ ଅଗ୍ନି + ହରିକା= ରାକ୍ଷସୀ ବିଶେଷ) 6 — 2 — 23 ତାରିଖରେ ଅମୃତବଜାର ପତ୍ରିକାରେ ଶ୍ରୀ ରଞ୍ଜନବିଳାସ ରାୟ ଚୌଧୁରୀ ଏ ସମ୍ବନ୍ଧରେ ନିମ୍ନଲିଖିତ ମର୍ମରେ ଗୋଟିଏ ଇଂରାଜି ପ୍ରବନ୍ଧ ଲେଖିଥିଲେ:— — 6—2—23ତାରିଖରେ ଅମୃତବଜାର ପତ୍ରିକାରେ ଶ୍ରୀ ରଞ୍ଜନବିଳାସ ରାୟ ଚୌଧୁରୀ ଏ ସମ୍ବନ୍ଧରେ ନିମ୍ନଲିଖିତ ମର୍ମରେ ଗୋଟିଏ ଇଂରାଜି ପ୍ରବନ୍ଧ ଲେଖିଥିଲେ:
  • ଦେ. ବି—(ସଂ. ଅଗ୍ନ୍ୟୁତ୍ସବ; ସଂ ଅଗ୍ନି + ହରିକା= ରାକ୍ଷସୀ ବିଶେଷ) "ବଙ୍ଗ ଦେଶରେ ଦୋଳପୂର୍ଣ୍ଣିମା ପୂର୍ବ଼ ସନ୍ଧ୍ୟାରେ ପ୍ରତି ଗୃହସ୍ଥଙ୍କ ଘର ଆଗରେ ଏବଂ ଗ୍ରାମମୁଣ୍ଡରେ ଅଗି ଜଳାଯାଏ। ପଶ୍ଚିମ ଭାରତରେ ପ୍ରତ୍ୟେକ ଗୃହସ୍ଥଙ୍କ ଘର ଆଗ ଦାଣ୍ଡରେ ଗୋଟିଏ ଗବ ଗଛ ପୋତା ଯାଇ ତହିଁ ଉପରେ କୁଟା, ଚିରା କନା ଓ ଘଷି ଆଦି ଜମା କରାଯାଇ ଅଗ୍ନି ଉତ୍ସବ ହୁଏ ଏବଂ ରାତିଯାକ ଲୋକେ ଅଶ୍ଳୀଳ ଗୀତ ବୋଲି ନାଚନ୍ତି। ମରହଟ୍ଟାମାନଙ୍କ ମଧ୍ୟରେ ଯୁଦ୍ଧରେ ମୃତ ହୋଇଥିବା ବୀରମାନଙ୍କ ବଂଶଧରମାନେ ହାତରେ ଖଣ୍ଡା ଧରି ଏହି ନିଆଁଗଦା ଚାରିପାଖରେ ବୁଲି ନାଚନ୍ତି ଏବଂ ଏ ନିଆଁରେ ଗରମ କରାଯାଇଥିବା ପାଣିରେ ଗ୍ରାମବାସୀମାନେ ଗାଧୁଆନ୍ତି। ମାନ୍ଦ୍ରାଜ ଅଞ୍ଚଳରେ ଅଗ୍ନି ଉତ୍ସବ ହୁଏ ନାହିଁ; କିନ୍ତୁ ଗ୍ରାମବାସୀମାନେ କୌତୁକରେ ପରସ୍ପର ଯୁଦ୍ଧ କରନ୍ତି। କଥିତ ଅଛି ଯେ — Scythiansବା ଶକମାନେ ବିକ୍ରମାଦିତ୍ୟ ରାଜାଙ୍କଦ୍ୱାରା ଭାରତରୁ ବିତାଡ଼ିତ ହେବା କାଳରୁ ଏ ଉତ୍ସବ ପଶ୍ଚିମ ଭାରତରେ ଚଳି ଆସୁଅଛି କେହି କେହି କହନ୍ତି ଯେ, 'ହରିକା' ନାମରେ ଗୋଟିଏ ରାକ୍ଷସୀ ଶିଶୁମାନଙ୍କୁ ଖାଇଯାଉଥିଲା ଅନ୍ୟ ଦେବତାମାନେ ଏହାକୁ ବଧ କରି ନ ପାରିବାରୁ ଶିବ ଏହାକୁ ବଧ କଲେ ଏହି ରାକ୍ଷସୀର ବିରାଟ ଦେହକୁ ଦେବତାମାନେ ନିଆଁ ଲଗାଇ ପୋଡ଼ିଲେ; ଅଇଘରା ଏଥିରେ ସ୍ମାରକ ଅଗ୍ନ୍ୟୁତ୍ସବ କେହି କେହି କହନ୍ତି, 'ହରିକା' ବସନ୍ତି, ମିଳିମିଳା, ହାଡ଼ଫୁଟି ଆଦିର ଅଧୁଷ୍ଠାତ୍ରୀ ଯୋଗିନୀ ମହାଦେବ ଏହାକୁ ବିନାଶ କଲେ ଓ ଲୋକେ ଏହା ଶବ ଉପରେ ନିଜ ନିଜ ଘରର ଅଳିଆ, ଚିରାକନା, କାଠି, କୁଟା ଗଦା କରି ନିଆଁ ଜାଳିଲେ ସେହି କାଳରୁ ଏ ଅଗ୍ନି ଉତ୍ସବ ହୋଇ ଆସୁଅଛି"
  • ଦେ. ବି—(ସଂ. ଅଗ୍ନ୍ୟୁତ୍ସବ; ସଂ ଅଗ୍ନି + ହରିକା= ରାକ୍ଷସୀ ବିଶେଷ) ଲୋକେ ବାଇଗଣପୋଡ଼ା ପାଇବା ଆଶାରେ ଏହି ଅଇଘରା ନିଆଁଗଦା ଉପରକୁ କଞ୍ଚା ବାଇଗଣ ଫିଙ୍ଗନ୍ତି ଓ ନିଆଁ ନିଭିଗଲାରୁ ପାଉଁଶକୁ ଖେଳାଇ ଖୋଜାଖୋଜି କରି ପୋଡ଼ା ବାଇଗଣ ଆଣନ୍ତି ଓ କେହି କେହି କିଛି ନ ପାଇଲେ ଫେରି ଆସନ୍ତି।]