ଅଂଶୁକାୟ Aṁṡukāya

  • ସଂ. ବିଣ. ପୁଂ. (ଆଧୁନିକ ଜୀବବିଜ୍ଞାନ ପରିଭାଷା)— (ବହୁବ୍ରୀହି, ଅଂଶୁ=କିରଣ ଅଛି କାୟରେ ଯାହାର) ଯେଉଁ ଜୀବମାନଙ୍କ ଦେହରୁ ଦୀପ୍ତି ବା ତେଜ ବାହାରେ — Efflorescent; phosphorescent (animals) emitting rays
  • ଦେ. ବି. (ବିଜ୍ଞାନ ପରିଭାଷା) — ଦେହରୁ ଆଲୋକ ବିକୀର୍ଣ୍ଣ ହେଉଥିବା ଜୀବ। (ଯଥା—ଜୁଳୁଜୁଳିଆ ପୋକ, ପ୍ରବାଳ କୀଟ, ସାମୁଦ୍ରିକ ତାରା ମତ୍ସ୍ୟ।) — Luminous-bodied animals (e.g. firefly, coral insect, starfish)