ହେଜିବା Hejibā
- ଦେ. କ୍ରି — ଭାବିବା — 2. To think
- ଦେ. କ୍ରି — [ଉ—କି କାର୍ଯ୍ୟ ତୁମ୍ଭର କି ଶକ୍ତି ତୁମ୍ଭର ହେଜ ହେଜ ଅନୁକ୍ଷଣ —ମଧୁସୂଦନ, ଉତ୍କଳ ଗାଥା]
- ଦେ. କ୍ରି — ସ୍ମରଣ କରିବା — To recollect
- ଦେ. କ୍ରି — (ଉ—ଏହି ମହାବାକ୍ୟ ମନେ ମନେ ହେଜି ସତ୍ୱ ଗୁଣ ଭଜ ଲୋଭ ମଦ ତେଜି—ରାଧାନାଥ, ଦରବାର।)
- ଦେ. କ୍ରି — ପୂର୍ବ ବିଷୟକୁ ସ୍ମରଣକୁ ଆଣିବାକୁ ଚେଷ୍ଟା କରିବା — To try to recollect; to refresh one's memory
- ଦେ. କ୍ରି — (ଉ—ଗତ ଗଉରବ ହେଜି ଗୋ, ଧୀରଭାବେ ସଦା କରମ କରିବା, ଉଚ୍ଛୃଙ୍ଖଳ ନୀତି ତେଜି ଗୋ—ଚାରୁ ଲବଙ୍ଗଲତା, ବାଳକୃଷ୍ଣ) — 4. To distinguish; to find out
- ଦେ. କ୍ରି — [ଉ—ସମୁଦ୍ର ମଧ୍ୟେ କାଠି ପୋତି କେ ହେଜିବ। କୃଷ୍ଣସିଂହ, ମହାଭାରତ, ଆଦି]
- ଦେ. କ୍ରି — ଗ୍ରାହ୍ୟ କରିବା; ଖାତର କରିବା — To show regard for; to care for
- ଦେ. କ୍ରି — (ଉ—ସେ କାଣ୍ଡକୁ ନ ହେଜି ଅରଜୁନ ସୁତ, ବିନ୍ଧିଲେ ସେହି କାଣ୍ଡମାନଙ୍କୁ ବହୁତ—କୃଷ୍ଣସିଂହ, ମହାଭାରତ, ଭୀଷ୍ମ।)
- ଦେ. କ୍ରି — ଧ୍ୟାନ କରିବା — To meditate
- ଦେ. କ୍ରି — (ଉ—ଏମନ୍ତେ କୃଷ୍ଣରୂପ ହେଜି। ଭାବ ଗଦିଗ୍ଦେ ଚକ୍ଷୁ ବୁଜି। ଜଗନ୍ନାଥ, ଭାଗବତ)
- ଦେ. କ୍ରି — ଜାଣିବା — To know