ହୁକୁମ୍ Hukum
- ବୈଦେ. ବି—(ଆ, ହୁକ୍ମ୍) — ଆଜ୍ଞା; ଆଦେଶ — Order; command
- ବୈଦେ. ବି—(ଆ, ହୁକ୍ମ୍) — [ଦ୍ର—ହାକିମ ବଡ଼ ନୁହେଁ ହୁକୁମ ବଡ଼—ପ୍ରବଚନ। ଏଥିର ଅର୍ଥ—ହାକିମ ତୁମ ଆମପରି ଜଣେ ସାଧାରଣ ଲୋକ ଅଟନ୍ତି, କିନ୍ତୁ ତାଙ୍କର କ୍ଷମତା ବଳରେ ସେ ଯେଉଁ ଆଦେଶ ଦିଅନ୍ତି ତାହାହିଁ ବଡ଼ ଅଟେ।]
- ବୈଦେ. ବି—(ଆ, ହୁକ୍ମ୍) — ମୀମାଂସା — Decision
- ବୈଦେ. ବି—(ଆ, ହୁକ୍ମ୍) — ବିଚାରର ଫଳ — The result of judgement; judicial decision
- ବୈଦେ. ବି—(ଆ, ହୁକ୍ମ୍) — [ଦ୍ର—ହାକିମ ଫେରେ, ତ ହୁକୁମ ଫେରେ ନାଁ—ପ୍ରବଚନ। ଏଥିର ଅର୍ଥ—ଏକ ହାକିମ ବଦଳି ହେଲେ ବା ମୃତ ହେଲେ ତାଙ୍କ ସ୍ଥାନରେ ଅନ୍ଯ ହାକିମ ଆସନ୍ତି, କିନ୍ତୁ ପ୍ରଥମ ହାକିମଙ୍କ ପ୍ରଦତ୍ତ ହୁକୁମ ଅପରିବର୍ତ୍ତିତ ରହେ]
- ବୈଦେ. ବି—(ଆ, ହୁକ୍ମ୍) — ବିଚାର ଫଳର ଲିପି — Decree
- ବୈଦେ. ବି—(ଆ, ହୁକ୍ମ୍) — କୌଣସି ଦେବାନୁଗୃହୀତ ମନୁଷ୍ୟଙ୍କ ଦ୍ୱାରା ପ୍ରଚାରିତ ହେବା ଦେବାଦେଶ — An order of a Deity conveyed through a favoured person; Divine command
- ବୈଦେ. ବି—(ଆ, ହୁକ୍ମ୍) — [ଦ୍ର—ରୋଗ ଇତ୍ୟାଦି ଭଲ ହେବା ପାଇଁ, କିମ୍ବା ନିଜର ବାଞ୍ଚାସିଦ୍ଧିପାଇଁ ଲୋକେ ଦେବତାଙ୍କୁ ଅନୁସରଣ କରନ୍ତି। ଉକ୍ତ ଦେବତା ପ୍ରାର୍ଥୀ ବ୍ଯକ୍ତିକୁ ସ୍ୱପ୍ନାଦେଶ ଦିଅନ୍ତି, କିମ୍ବା ଉକ୍ତ ଦେବତାଙ୍କର ବିଶେଷ ଅନୁଗ୍ରହ ଥିବା ବ୍ଯକ୍ତିଙ୍କୁ ଦେବତା ତାଙ୍କ ଆଦେଶ ଜଣାନ୍ତି ଓ ଉକ୍ତ ବ୍ଯକ୍ତି ଦେବତାଙ୍କ ଆଦେଶକୁ ପ୍ରାର୍ଥୀଙ୍କୁ ଜଣାନ୍ତି।]
- ବୈଦେ. ବି—(ଆ, ହୁକ୍ମ୍) — ଦେବାଦେଶପ୍ରାପ୍ତ ଔଷଧ — A medicine got by a Divine command
- ବୈଦେ. ବି—(ଆ, ହୁକ୍ମ୍) — ତାସ୍ ବା ଗଞ୍ଜପା ଖେଳରେ ରାଜା, ରାଣୀ ଆଦି ବେଶୀ ଦରର ତାସ୍ — King and queen cards and other cards of higher value in the game of cards or gan̄japā