ସ୍ୱାଦୁ Swādu
- ସଂ. ବି—(ସ୍ୱଦ୍ ଧାତୁ+କର୍ମ ଉ) — ମଧୁର ରସ (ହେମଚନ୍ଦ୍ର); ମିଠାପଣ — Sweetness (to the taste); flavour
- ସଂ. ବି—(ସ୍ୱଦ୍ ଧାତୁ+କର୍ମ ଉ) — ଗୁଡ଼ (ତ୍ରିକାଣ୍ଡ ଶେଷ) — Molasses; treacle
- ସଂ. ବି—(ସ୍ୱଦ୍ ଧାତୁ+କର୍ମ ଉ) — ଜୀବକ ନାମକ ଓଷଧି (ଜଟାଧର) — A rare medicinal herb; Cells Orientalis
- ସଂ. ବି—(ସ୍ୱଦ୍ ଧାତୁ+କର୍ମ ଉ) — ସୁଗନ୍ଧଦ୍ରବ୍ୟ ଭେଦ (ରାଜନିର୍ଘଣ୍ଟ); ଏକପ୍ରକାର (ଅନ୍ୟନାମ—ଅଗୁରୁସାର; ସୁଧୁମ୍ୟ, ଗନ୍ଧଧୂମଜ)— ଝୁଣା — A kind of frankincense
- ସଂ. ବି—(ସ୍ୱଦ୍ ଧାତୁ+କର୍ମ ଉ) — [ଦ୍ର—ଏହା କଟୁକଷାୟ, ଉଷ୍ଣ, ସୁଧୁମାମୋଦଯୁକ୍ତ, ବାତନାଶକ—ରାଜନିର୍ଘଣ୍ଟ]
- ସଂ. ବି—(ସ୍ୱଦ୍ ଧାତୁ+କର୍ମ ଉ) — ଦ୍ରାକ୍ଷା (ଭରତ) — Grape
- ବିଣ. ପୁଂ. ଓ ସ୍ତ୍ରୀ — ମିଷ୍ଟ; ମଧୁର — Sweet; savoury
- ବିଣ. ପୁଂ. ଓ ସ୍ତ୍ରୀ — ମିଷ୍ଟ; ମନୋଜ୍ଞ — Graceful; charming; pleasing; lovely
- ବିଣ. ପୁଂ. ଓ ସ୍ତ୍ରୀ — [ଦ୍ର—ତୁଳନା କର— ସଂ. ସ୍ୱାଦୁ; ଇ — Sweet.(ସ୍ୱୀଟ); ଲାଟିନ୍,Swadvis.(ସ୍ୱାଦ୍ୱିସ୍); ଡାନିସ୍ ଭାଷା,Sod(ସୋଡ); ଗଥିକ୍Svotis(ସ୍ୱୋଟିସ୍)]