ସ୍ପର୍ଶ Sparṡ
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — ଛୁଇଁବା; ତ୍ୱଗିନ୍ଦ୍ରିୟଗ୍ରାହ୍ୟ ଗୁଣ — Touch
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — [ଦ୍ର— ପୁରାଣ— ମତରେ 'ସ୍ପର୍ଶ' ଏକାଦଶବିଧ; ଯଥା— ଉଷ୍ଣ, ଶୀତ, ସୁଖ, ଦୁଃଖ, ସ୍ନିଗ୍ଧ, ବିଶଦ, ଖର, ମୃଦୁ, ଶ୍ଳକ୍ଷ୍ଣ, ଲଘୁ ଓ ଗୁରୁ। ମହାଭାରତ, ଆଶ୍ୱମେଧିକ ପର୍ବ।]
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — ରୁଜା; ରୋଗ — Illness; sickness
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — ଦାନ — Giving; donation
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — ବାୟୁ — Air
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — (+କର୍ତ୍ତୃ. ଅ) ବର୍ଗ୍ୟବର୍ଣ୍ଣ; ବର୍ଗାକ୍ଷର; 'କ' ଠାରୁ 'ମ' ପର୍ଯ୍ୟନ୍ତ 25 ଟି ବର୍ଗ୍ୟବର୍ଣ୍ଣ — (+କର୍ତ୍ତୃ. ଅ) ବର୍ଗ୍ୟବର୍ଣ୍ଣ; ବର୍ଗାକ୍ଷର; 'କ' ଠାରୁ 'ମ' ପର୍ଯ୍ୟନ୍ତ2ଟି ବର୍ଗ୍ୟବର୍ଣ୍ଣ—. The 2 consonants from 'Ka' to 'Ma'
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — ରତିବନ୍ଧ ବିଶେଷ — A mode of coition
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — ଯୋଗ — Contact
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — (ସଙ୍ଗୀତ) କୌଣସି ସ୍ୱର ଉଚ୍ଚାରିତ ହେବାର ପୂର୍ବେ ବା ପରେ ଅନ୍ଯ ପୂର୍ବବର୍ତ୍ତୀ ସ୍ୱରର ନାମ ମାତ୍ର ଉଚ୍ଚାରଣ ଯୋଗୁଁ ପ୍ରଧାନ ସ୍ୱରର ଅଙ୍ଗ ରୂପେ ବ୍ଯବହାର — (music) Nominal or slight utterance of a note as an accompaniment before or after the principal note
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — ପଦାର୍ଥ (ପ୍ରକୃତିବାଦ) — Thing
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — ପ୍ରଣିଧି; ଦୂତ — Messenger
- ସଂ. ବି (ସ୍ପୃଶ୍ ବା ସ୍ପର୍ଶ୍ ଧାତୁ+ ଭାବ. ଅ) — ଗ୍ରହଣ ବା ଉପରାଗରେ ସୂର୍ଯ୍ୟ ବା ଚନ୍ଦ୍ରଙ୍କ ଉପରେ ଛାୟାପାତର ଆରମ୍ଭ (ହି. ଶ.) — The beginning of the shadow to fall on the disc of the sun or the moon during an eclipse