ସ୍ତୁପ Stūpa

  • ସଂ. ବି (ସ୍ତୂପ୍ ଧାତୁ+କର୍ମ. ଅ) — ମୃଦାଦି କୂଟ; ମାଟିର ବା ଅନ୍ଯ ଦ୍ରବ୍ୟର ଗଦା; ରାଶୀକୃତ ମୃତ୍ତିକାଦି (ଅମର) — Heap of earth etc
  • ସଂ. ବି (ସ୍ତୂପ୍ ଧାତୁ+କର୍ମ. ଅ) — ମାଟିର ଢିପ — A mound of earth
  • ସଂ. ବି (ସ୍ତୂପ୍ ଧାତୁ+କର୍ମ. ଅ) — ସଙ୍ଘାତ (ସଂକ୍ଷିପ୍ତସାର) — Collection
  • ସଂ. ବି (ସ୍ତୂପ୍ ଧାତୁ+କର୍ମ. ଅ) — ବଳ; ସୈନ୍ୟ — Army
  • ସଂ. ବି (ସ୍ତୂପ୍ ଧାତୁ+କର୍ମ. ଅ) — ନିଷ୍ପ୍ରୟୋଜନତା — Absence of use; uselessness
  • ସଂ. ବି (ସ୍ତୂପ୍ ଧାତୁ+କର୍ମ. ଅ) — ମାଟି, ପଥର, ଇଟା ଆଦିରେ ନିର୍ମିତ ଢିପ, ଯହିଁ ତଳେ ବୁଦ୍ଧଦେବଙ୍କର ବା କୌଣସି ବୌଦ୍ଧ ମହାତ୍ମାଙ୍କ ଅସ୍ଥି, ଦନ୍ତ, କେଶ ଆଦି ସ୍ମୃତିଚିହ୍ନ ରକ୍ଷିତ ହୋଇଥାଏ (ହି.) — A mound of earth or masonry inside which is preserved some of the Buddhistic relics
  • ଦେ. ବି — ବୌଦ୍ଧମାନଙ୍କର ପୁରାତନ ମଠର ଭଗ୍ନାବଶେଷର ପରିଚାୟକ ମୃତ୍ତିକାର ଗଦା — A mound of earth indicating the existence of an old Buddhistic monastery at the site