ସେଖ୍ Sekh
- ବୈଦେ. ବି (ଫା. ସେଖ୍) — ମୁସଲମାନଙ୍କର ସମାଜିକ ଶାଖାଗତ ଉପାଧିବିଶେଷ — Shaikkh; a social title of one branch of Mahomedans
- ବୈଦେ. ବି (ଫା. ସେଖ୍) — [ଦ୍ର—ଏହି ପଦ ମାନ ପୂର୍ବରେ ଲାଗେ। ଯଥା—ସେକ୍ ସିରାଜ ଉଦ୍ଦିନ୍। ଭାରତକୁ ଆସୁଥିବା ମୁସଲମାନ୍ମାନଙ୍କୁ ସେକ୍, ସୟଦ୍, ମୋଗଲ୍, ପଠାଣ, ଏହି ଚାରି ଶ୍ରେଣୀରେ ବିଭକ୍ତ କରି ଭାରତବାସୀମାନେ ପୂର୍ବେ ଚିହ୍ନୁ ଥିଲେ।]
- ବୈଦେ. ବି (ଫା. ସେଖ୍) — ମୁସଲମାନ୍ ସାମନ୍ତ ନୃପତି ବା ଜମିଦାର ବା ଧନୀମାନଙ୍କ ଉପାଧି — A title of Mahomedan Feudatory Chiefs or rich Mahomedans