ସୂଚକ Sūchaka
- ସଂ. ବିଣ. ପୁଂ (ସୂଚ୍ ଧାତୁ ଣିଚ୍=ସୂଚି ଧାତୁ= ଜଣାଇବା+କର୍ତ୍ତୃ. ଅକ) — ଯାହା କୌଣସି ବିଷୟର ସୂଚନା କରେ — Indicating hinting
- ସଂ. ବିଣ. ପୁଂ (ସୂଚ୍ ଧାତୁ ଣିଚ୍=ସୂଚି ଧାତୁ= ଜଣାଇବା+କର୍ତ୍ତୃ. ଅକ) — କଥକ — Speaking
- ସଂ. ବିଣ. ପୁଂ (ସୂଚ୍ ଧାତୁ ଣିଚ୍=ସୂଚି ଧାତୁ= ଜଣାଇବା+କର୍ତ୍ତୃ. ଅକ) — ଜ୍ଞାପକ — Informing
- ସଂ. ବିଣ. ପୁଂ (ସୂଚ୍ ଧାତୁ ଣିଚ୍=ସୂଚି ଧାତୁ= ଜଣାଇବା+କର୍ତ୍ତୃ. ଅକ) — ଯାହା ପୂର୍ବରୁ କୌଣସି ବିଷୟର ସୂଚନା କରେ — Indicative of
- ବି — ପିଶୁନ (ଅମର; ଶବ୍ଦରତ୍ନାବଳୀ); ଚୁଗୁଲିଆ — A backbiter; slanderer
- ବି — କର୍ଣ୍ଣେଜପ; ଚରବିଶେଷ; ଗୂଢ଼ ପୁରୁଷ — A spy; an informer
- ବି — ସାବନ ଯନ୍ତ୍ର (ମେଦିନୀ) — Sewing machine
- ବି — ସୂଚୀ; ଛୁଞ୍ଚି — Needle
- ବି — କୁକୁର (ମେଦିନୀ) — Dog
- ବି — ବିଡ଼ାଳ (ମେଦିନୀ) — Cat
- ବି — କାକ (ମେଦିନୀ) — Crow
- ବି — ସୂତ୍ରଧାର; ସୂତ୍ରଧର (ହେମଚନ୍ଦ୍ର) — Stage-manager