ସାରଳା Sāraḻā
- ଦେ. ବି. ସ୍ତ୍ରୀ (ସଂ. ସାରଦା=ସରସ୍ୱତୀ, ଦୁର୍ଗା) — କଟକ ଜିଲ୍ଲାର ଝଙ୍କଡ଼ ପ୍ରଗନ୍ନା ଓ ତିର୍ତ୍ତୋଳ ଥାନା ଅନ୍ତର୍ଗତ କନକପୁରରେ ବିରାଜିତା ଦୁର୍ଗାପ୍ରତିମା — The name of an idol of Durga at Kanakapur in the Cuttack dustrict
- ଦେ. ବି. ସ୍ତ୍ରୀ (ସଂ. ସାରଦା=ସରସ୍ୱତୀ, ଦୁର୍ଗା) — [ଦ୍ର—ଏହାଙ୍କୁ ଲୋକେ ବିଦ୍ୟାଦାତ୍ରୀ ବାଗ୍ଦେବୀ ବୋଲି ମଧ୍ୟ ଗ୍ରହଣ କରନ୍ତି। ଏହାଙ୍କ ନିକଟରେ ଛାଗ ଓ ମହିଷୀ ବଳିପଡ଼େ; ବନଦୁର୍ଗା ମନ୍ତ୍ରରେ ଏହାଙ୍କ ପୂଜାହୁଏ; କିନ୍ତୁ ଏହାଙ୍କ ପୂଜାରେ ତୁଳସୀ ଓ ବେଲେପତ୍ରୀ ଉଭୟ ଲାଗେ। ଏହାଙ୍କ ସେବାପାଇଁ ଖଞ୍ଜା ଥିବା ଦେବୋତ୍ତର ସମ୍ପତ୍ତିର ପରିଚାଳନାର୍ଥ କଟକର ଜଜସାହେବଙ୍କଦ୍ୱାରା ଗୋଟିଏ କମିଟୀ ନିଯୁକ୍ତ ହୋଇଅଛି। ଏହାଙ୍କ ନିକଟରେ ଅଧ୍ୟା ପଡ଼ି ଶୂଦ୍ରମୁନି ସାରଳା ଦାସ କବିତ୍ୱ ପ୍ରାପ୍ତ ହୋଇଥିଲେ। ଏହାଙ୍କର 'ଘଟ'କୁ ନେଇ ସେବକମାନେ ଉତ୍କଳର ବିଭିନ୍ତ ଅଞ୍ଚଳରେ ବୁଲି ଗୋଡ଼ରେ ରଣପା ବାନ୍ଧି ଓ ନର୍ତ୍ତକୀ ବେଶ ଧାରଣ କରି ନାଚନ୍ତି। ଏହାଙ୍କର ବାହନ ସିଂହ ଥିବାରୁ ଏହାଙ୍କୁ କେହି କେହି 'ସିଂହସାରଳା' ବୋଲି ଡାକନ୍ତି।]
- ଦେ. ବି. ସ୍ତ୍ରୀ (ସଂ. ସାରଦା=ସରସ୍ୱତୀ, ଦୁର୍ଗା) — ସରସ୍ୱତୀ — Goddess Saraswatī
- ଦେ. ବି. ସ୍ତ୍ରୀ (ସଂ. ସାରଦା=ସରସ୍ୱତୀ, ଦୁର୍ଗା) — [ଉ— ଆଜ୍ଞା ପାଇ ସାରଳା ଯେ ବେଗେ ଚଳିଗଲେ—ପ୍ରତାପ, ଶଶିସେଣା ।]