ସାତ୍ମ୍ୟ Sātmya
- ସଂ. ବିଣ (ଆତ୍ମନ୍+ହିତାର୍ଥେ. ଯ=ଆତ୍ମ୍ୟ; ସ=ସହିତ ବର୍ତ୍ତମାନ+ଆତ୍ମ୍ୟ) — ସୁଖଜନକ (ଭୈଷଜ୍ୟ ରତ୍ନାବଳୀ) — Producing happiness
- ସଂ. ବିଣ (ଆତ୍ମନ୍+ହିତାର୍ଥେ. ଯ=ଆତ୍ମ୍ୟ; ସ=ସହିତ ବର୍ତ୍ତମାନ+ଆତ୍ମ୍ୟ) — ସୁଖକର — Pleasant
- ସଂ. ବିଣ (ଆତ୍ମନ୍+ହିତାର୍ଥେ. ଯ=ଆତ୍ମ୍ୟ; ସ=ସହିତ ବର୍ତ୍ତମାନ+ଆତ୍ମ୍ୟ) — ମଙ୍ଗଳକର — Beneficial
- ସଂ. ବି — ସାରୂପ୍ୟ; ସରୂପତା (ହି.ଶ) — The state of being corporeal
- ସଂ. ବି — (ବୈଦ୍ଯକ) ଯେଉଁ ରସ ସେବନଦ୍ୱାରା ଶରୀରର ଉପକାର ହୁଏ ଓ ଯହିଁର ଫଳରେ ପ୍ରକୃତିବିରୁଦ୍ଧ କୌଣସି କର୍ମ କଲେ ଶରୀରର ଅନିଷ୍ଟ ହୁଏ ନାହିଁ (ହି. ଶ) — Any food which is beneficial to the body
- ସଂ. ବି — ଋତୁ, କାଳ, ଦେଶ ଆଦିର ଅନୁକୂଳ ଆହାର ବିହାରାଦି (ହି. ଶ) — Food and conduct befitting particular seasons; and countries