ସାଚି Sāchi
- ସଂ. ଅ (ସଚ୍ ଧାତୁ=ସେବା କରିବା+କର୍ମ ଇ) — ବକ୍ର — Curved
- ସଂ. ଅ (ସଚ୍ ଧାତୁ=ସେବା କରିବା+କର୍ମ ଇ) — ତିର୍ଯ୍ୟକ; ତେରଚ୍ଛା — Crooked; awry; oblique
- ଦେ. ବି (ସଂ. ଶ୍ୱେତ ବା ସତ୍ୟ) — ପରିଷ୍କୃତ ଗୁଡ଼; କନ୍ଦ — Refined molasses; bleached sugar
- ଦେ. ବି (ସଂ. ଶ୍ୱେତ ବା ସତ୍ୟ) — [ଉ—ସାଚି ଚିଣି ଗଙ୍ଗବାଣ ମିଶାଇ ପଇଡ଼, କର୍ପୂର ମରିଚ ଯୁକ୍ତ ସ୍ୱାଦରସ ବଡ଼। ପ୍ରାଚୀ, ରହସ୍ୟ ମଞ୍ଜରୀ।]
- ଦେ. ବି (ସଂ. ଶ୍ୱେତ ବା ସତ୍ୟ) — ମିଷ୍ଟାନ୍ନ — Sweetmeat
- ଦେ. ବି (ସଂ. ଶ୍ୱେତ ବା ସତ୍ୟ) — [ଉ— ସୁମଧୁର ଅର୍ଦ୍ଧ-ସ୍ଫୁଟ ମିଷ୍ଟ ଭାଷେ ଅଧଃକୃତ କରି ସାଚି। ରାଧାନାଥ, ପାର୍ବତୀ।]
- ଦେ. ବି (ସଂ. ଶ୍ୱେତ ବା ସତ୍ୟ) — ଖଣ୍ଡ; ନବାତ; କନ୍ଦ — Brown sugar
- ଦେ. ବିଣ (ସଂ. ଶ୍ୱେତ) — ଧଳା; ଶ୍ୱେତ; — White
- ଦେ. ବିଣ (ସଂ. ଶ୍ୱେତ) — (ଯଥା—ସାଚି ଖାର, ସାଚି ଧଡ଼ି।)
- ଦେ. ବିଣ (ସଂ. ଶ୍ୱେତ) — (ସତ୍ୟ) ଉତ୍କୃଷ୍ଟ — Excellent
- ଦେ. ବିଣ (ସଂ. ଶ୍ୱେତ) — ଅସଲ; ଅବିମିଶ୍ର — Genuine; true; unadulterated