ସରବନ Sarabana

  • ଦେ. ବି (ନାମ) (ସଂ. ଶ୍ରମଣ) — ଅନ୍ଧକ ମୁନିଙ୍କ ପୁତ୍ର — Name of the son of a blind sage
  • ଦେ. ବି (ନାମ) (ସଂ. ଶ୍ରମଣ) — [ଦ୍ର—ଏ ପୁତ୍ର ନିଜର ଅନ୍ଧ ପିତାମାତଙ୍କୁ ଭାଗରେ ବୋହି ନିଆ ଅଣା କରୁଥିଲା। ଏ ସରଯୁନଦୀରେ କଳସ ବୁଡ଼ାଇବାର ଶବ୍ଦ ଶୁଣି ଦଶରଥ ଓ ଶବ୍ଦକୁ ବଣ ହାତୀର ଗର୍ଜନ ବୋଲି ଅନୁମାନ କରି ଶବ୍ଦଭେଦୀ ଶରଦ୍ୱାରା ଏହାକୁ ମାରିଥିଲେ। ରାମାୟଣରେ ଏ ମୁନିକୁମାରର ନାମ ନାହିଁ। କିନ୍ତୁ ବୌଦ୍ଧ ଶାମଜାତକ ଗ୍ରନ୍ଥରେ ଅନ୍ଧ ମୁନିଙ୍କ ପୁତ୍ରକୁ ଜଣେ ରାଜା ଶବ୍ଦଭେଦୀ ଶରଦ୍ୱାରା ମାରିଥିବା ଓ ସେ ପୁତ୍ରର ନାମ ସରବନ ଥିଲା ଉଲ୍ଲେଖ ଅଛି।
  • ଦେ. ବି (ନାମ) (ସଂ. ଶ୍ରମଣ) — ଅନ୍ଧ ମୁନି ବୁଦ୍ଧଙ୍କ ଦ୍ୱାହି ଦେବାରୁ ଏକ ଦେବୀ ମୂର୍ତ୍ତି ଆବିର୍ଭୂତା ହୋଇ ମୃତ ପୁତ୍ରକୁ ଜୀଆଁଇ ଦେଲେ। ସରବନର ପିତୃଭକ୍ତିର ଗୀତ ଗାଇବା ବାଲା ଏକ ଭିକ୍ଷୁକ ସଂପ୍ରଦାୟ ଅଯୋଧ୍ୟା ଅଞ୍ଚଳରେ ଦେଖାଯାଆନ୍ତି—ହିନ୍ଦି. ଶବ୍ଦସାଗର।]