ସଏତାନ୍ Saetān
- ବୈଦେ. ବି (ଆ. ଶୈତାନ୍; ଇଂ. ସାଟାନ୍) — ଖ୍ରୀଷ୍ଟାନ୍, ୟିହୁଦୀ ଓ ମୁସଲମାନଙ୍କ ଧର୍ମଶାସ୍ତ୍ରବର୍ଣ୍ଣିତ ଈଶ୍ୱରଦ୍ରୋହୀ ସ୍ୱର୍ଗଦୂତ — Satan
- ବୈଦେ. ବି (ଆ. ଶୈତାନ୍; ଇଂ. ସାଟାନ୍) — [ଦ୍ର—ଏ ଈଶ୍ୱରଙ୍କ କର୍ତ୍ତୃତ୍ୱ ନ ମାନିବାରୁ ଈଶ୍ୱର ଏହାକୁ ସ୍ୱର୍ଗରୁ ଦୁର୍ଗନ୍ଧମୟ ଓ ଗନ୍ଧକାଗ୍ନିପୂର୍ଣ୍ଣ ନରକକୁ ତଡ଼ିଦେଲେ। ଏ ସେଠାରୁ ବାହାରି ଈଶ୍ୱରଙ୍କ ସୃଷ୍ଟ ଇହଜଗତକୁ ଛାରଖାର କରି ଈଶ୍ୱରଙ୍କୁ ସନ୍ତପ୍ତ କରିବାପାଇଁ ତତ୍ସୃଷ୍ଟ ଆଦିମ ଦମ୍ପତି (ଆଡାମ୍ ଓ ଈଭ୍)ଙ୍କୁ ପ୍ରଲୋଭନ ଦେଖାଇ 'ଜ୍ଞାନବୃକ୍ଷ'ର ନିଷିଦ୍ଧ ଫଳକୁ ଖୁଆଇଲା ଓ ସେମାନଙ୍କୁ ବଂଶଧର— ମାନଙ୍କୁ ତତ୍ପରବର୍ତ୍ତୀ ସମସ୍ତ ମନୁଷ୍ୟଙ୍କୁ) ଅଭିଶାପ ଓ ପାପଗ୍ରସ୍ତ କରାଇଲା। ତତ୍ପରେ ଈଶ୍ୱର ଜନ୍ମତଃ ପାପୀ ମାନବମାନଙ୍କୁ ଉଦ୍ଧାର କରିବା ପାଇଁ ନିଜ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ପୃଥିବୀକୁ ଅବତାରରୂପେ ପଠାଇଲେ ଏବଂ ଯିଶୁ ନିଜର ପ୍ରାର୍ଥନା, ଅନୁତାପ ଓ ରକ୍ତଦାନଦ୍ୱାରା ଭକ୍ତ ମାନବମାନଙ୍କୁ ପାପରୁ ଉଦ୍ଧାର କଲେ। ତେବେ ମନୁଷ୍ୟମାନେ ଆଦିମଦମ୍ପତିକୃତ ପାପରୁ ଯେପରି ମୁକ୍ତ ହେବେ ସେଥିପାଇଁ ଯୀଶୁ ଗୋଟିଏ ଶରେତ୍ କରି ଯାଇ ଅଛନ୍ତି; ତାହା ଏହି:—ଯେଉଁ ନରନାରୀ ଈଶ୍ୱରଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଜରିଆରେ ଭଜିବେ, ସେମାନେ କେବଳ ପାପମୁକ୍ତ ହେବେ, ଆଉ ଅନ୍ୟମାନେ ମୃତ୍ୟୁ ପରେ ନରକରେ ପଡ଼ି ଅନନ୍ତକାଳ ଘାଣ୍ଟି ହେବେ।]
- ବୈଦେ. ବି (ଆ. ଶୈତାନ୍; ଇଂ. ସାଟାନ୍) — ଭୂତ; ମୃତ ବ୍ଯକ୍ତିର ପ୍ରେତ — The ghost of a deceased person
- ବୈଦେ. ବି (ଆ. ଶୈତାନ୍; ଇଂ. ସାଟାନ୍) — ପଠାଣ ଭୂତ — The ghost of a deceased Mahomedan
- ବୈଦେ. ବି (ଆ. ଶୈତାନ୍; ଇଂ. ସାଟାନ୍) — (ଲକ୍ଷଣାର୍ଥ) କ୍ରୂର, ପାପୀ ଓ ଦୁରାଚାର ବ୍ଯକ୍ତି — A very wicked and sinful person