ଶୂଦ୍ରକ Ṡūdraka
- ଦେ ବି — ରାମଚନ୍ଦ୍ରଙ୍କଦ୍ୱାରା ନିହତ ଜଣେ ଶୂଦ୍ର ମୁନି; ଶମ୍ବୁକ — Name of a Ṡūdra sage who was killed by Rāmachandra
- ଦେ ବି — [ଦ୍ର—ଏ ଶାସ୍ତ୍ର— ବିରୁଦ୍ଧ ତପସ୍ୟାରେରତ ହେବାରୁ ଜଣେ ବ୍ରାହ୍ମଣ ପୁତ୍ରର ଅକାଳ ମୃତ୍ୟୁ ଘଟିଲା; ରାମଚନ୍ଦ୍ର ଅନୁସନ୍ଧାନପୂର୍ବକ ତାହାର ମସ୍ତକ ଛେଦନ କରି ଯୁଗଧର୍ମ ରକ୍ଷା କରିଥିଲେ।]
- ସଂ. ବି (ନାମ) ମୃଚ୍ଛକଟିକ ନାମକ ସଂସ୍କୃତ ନାଟକର ପ୍ରଣେତା ରାଜାଙ୍କ ନାମ — The name of a king, the author of a Sanskrit Drama Mṛuchha kaṭika
- ସଂ. ବି [ଦ୍ର—ଉକ୍ତ ଗ୍ରନ୍ଥରେ ଲେଖା ଅଛି ଯେ, ଏ ଅତିଶୟ ବୁଦ୍ଧିମାନ, ରୂପବାନ୍ ଓ ଦ୍ୱିଜବଂଶୋତ୍ପନ୍ନ ରାଜା ଥିଲେ ଓ ସାମବେଦ, ଋଗ୍ବେଦ, ଗଣିତ, କଳା ବିଦ୍ଯା, ହସ୍ତିଶାସ୍ତ୍ରରେ ବିଶେଷ ପାରଦର୍ଶୀ ଥିଲେ। ଏ ନିଜର ପୁତ୍ରଙ୍କୁ ରାଜସିଂହାସନରେ ବସାଇ ଅଶ୍ୱମେଧ ଯଜ୍ଞ କଲେ। ଏ ଶତ ବର୍ଷ ଜୀବିତ ଥାଇ ଅଗ୍ନିପ୍ରବିଷ୍ଟ ହୋଇ ଦେହ ତ୍ୟାଗ କଲେ।]
- ସଂ. ବି ବାଣଭଟ୍ଟଙ୍କର କାଦମ୍ବରୀ ନାମକ ଉପନ୍ୟାସରେ କଥିତ ଉଜ୍ଜୟିନୀର ରାଜା — Name of a king of Ujjaini mentioned in the Sanskrit novel kādamabari
- ସଂ. ବି [ଦ୍ର—କେହି କେହି ଅନୁମାନ କରନ୍ତି ଯେ ଉକ୍ତ ଦୁଇ ଶୂଦ୍ରକ ଏକ ବ୍ଯକ୍ତି ଥିଲେ।]