ଶତପତ୍ରୀ Ṡatapatrī

  • ସଂ. ବି — ସେବତୀ ଫୁଲ (ଏହାର ବହୁ ଦଳ ଥିବାରୁ) — Cabbage rose; musk rose; Rosa Centifolia
  • ସଂ. ବି — [ଦ୍ର—ନାଲି, ଧଳା ଓ ହଳଦିଆ ଭେଦରେ ଏହା ତିନିପ୍ରକାର। ଏ ଦେଶରେ ସାଧାରଣତଃ ହଳଦିଆ ସେବତୀ ଯତ୍ରତତ୍ର ଦୃଷ୍ଟ ହୁଏ। ବୈଦ୍ଯକମତରେ ଏହା ଶୀତଳ, ତିକ୍ତ— କଷାୟ, ସୁରଭି ଓ ରୁଚିକର। ଏହା କୁଷ୍ଠ, ମୁଖରୋଗ, ସ୍ଫୋଟକ, ପିତ୍ତ ଓ ଦାହନାଶକ (ରାଜନିର୍ଘଣ୍ଟ)
  • ସଂ. ବି — ଶ୍ୱେତ ବା ପାଟଳବର୍ଣ୍ଣ ଗୋଲାପଫୁଲ (ବିଶ୍ୱ— କୋଷ) — Red or crimson rose
  • ସଂ. ବି — ଶତଦଳ ମଲ୍ଲିକା (ବିଶ୍ୱକୋଷ) — Many-petalled Jasmine