ଶଣ୍ଡିଆ Ṡaṇḍiā
- ଦେ. ବିଣ (ସଂ. ଶଣ୍ଡ) — ଶଣ୍ଡ ସମ୍ବନ୍ଧୀୟ — Relating to bull
- ପୁଂ. ବିଣ — ଶଣ୍ଡାମାର୍କା; ବୃହତ୍କାୟ (ବ୍ଯକ୍ତି) — Of gigantic stature
- ପୁଂ. ବିଣ — ବୃଷାଳ ହୋଇ ଡାଳ ପତ୍ର ବଢ଼ି ଫୁଲ ଫଳ ଧରି ନ ଥିବା (ଗଛ); ବହ୍ଲା — (a tree) Overluxuriant in growth
- ପୁଂ. ବିଣ — କାଣିଶଣ୍ଢିଆ; ମୁଷ୍କଚ୍ଛେଦନ ବେଳେ ଦୋଷ ରହିଯିବାରୁ ଯେଉଁ ଅଣ୍ଡିରା ବାଛୁରୀ ଶଣ୍ଡପରି ଦେଖାଯାଏ ଏବଂ ବେଳେ ବେଳେ ତାହାର ଶରିଘରା ଉଦ୍ରିକ୍ତ ହୁଏ — (a bullock) Which has not completely lost its virility on account of defective castration
- ପୁଂ. ବିଣ — ଦେ. ବି—ଖୁବ୍ ବଳୁଆ ମାଟି ଯୋଗୁଁ ଗଛ (ଲଙ୍କାମରିଚ, ବାଇଗଣ ଆଦି) ଖୁବ୍ ବୃଷାଳ ହୋଇ ଡାଳ ପତ୍ର ମେଲିଥିବା, କିନ୍ତୁ ଫୁଲ ଫଳ ନ ଧରିବା ଅବସ୍ଥା — The state of a tree growing over luxuriantly in a very rich soil
- ପୁଂ. ବିଣ — ଶଣ୍ଢା ( 3 ) ଓ ( 4 ) (ଦେଖ) — ଶଣ୍ଢା (3) ଓ (4) (ଦେଖ)—. Ṡaṇḍhā (3) and (4) (See)