ଶଚୀ Ṡachī
- ସଂ. ବି. ସ୍ତ୍ରୀ (ଶଚ୍ ଧାତୁ=କହିବା+କର୍ତ୍ତୃ ଅ+ସ୍ତ୍ରୀ ଇ, ଈ; ଯେ ମଧୁର ବାକ୍ୟ କହନ୍ତି) — ଇନ୍ଦ୍ରଙ୍କ ପତ୍ନୀ; ଇନ୍ଦ୍ରାଣୀ — The wife of Indra, the king of gods
- ସଂ. ବି. ସ୍ତ୍ରୀ (ଶଚ୍ ଧାତୁ=କହିବା+କର୍ତ୍ତୃ ଅ+ସ୍ତ୍ରୀ ଇ, ଈ; ଯେ ମଧୁର ବାକ୍ୟ କହନ୍ତି) — [ଦ୍ର—ଏ ଦାନବରାଜ ପୁଲୋମାଙ୍କ କନ୍ଯା। ଇନ୍ଦ୍ରଙ୍କ ଔରସରେ ଏହାଙ୍କର ଯେଉଁ ପୁତ୍ର ହୋଇଥିଲା ତାର ନାମ ଜୟନ୍ତ। ଇନ୍ଦ୍ର ପଦ ତପସ୍ୟାଦ୍ୱାରା ଲଭ୍ୟ, ଅତଏବ କାଳକ୍ରମେ ଅନେକଙ୍କ ଭାଗ୍ୟରେ ଇନ୍ଦ୍ରତ୍ୱ ମିଳେ। କିନ୍ତୁ ଯେ ଇଚ୍ଛା ସେ ଇନ୍ଦ୍ର ହୁଅନ୍ତୁ, ଶଚୀ ଇନ୍ଦ୍ରଙ୍କର ପଦବୀସଂଶ୍ଳିଷ୍ଟା — (official)ପତ୍ନୀ ଏଥିପାଇଁ ଢଗ ଅଛି— କେତେ ଇନ୍ଦ୍ର ଗଲେଣି ଏକା ଶଚୀ ବସିଛି]
- ସଂ. ବି. ସ୍ତ୍ରୀ (ଶଚ୍ ଧାତୁ=କହିବା+କର୍ତ୍ତୃ ଅ+ସ୍ତ୍ରୀ ଇ, ଈ; ଯେ ମଧୁର ବାକ୍ୟ କହନ୍ତି) — ଶତମୂଳୀ; ଶତାବରୀ; ଛତଉରୀ — The climbing asparagus; Asparagus Racemosus
- ସଂ. ବି. ସ୍ତ୍ରୀ (ଶଚ୍ ଧାତୁ=କହିବା+କର୍ତ୍ତୃ ଅ+ସ୍ତ୍ରୀ ଇ, ଈ; ଯେ ମଧୁର ବାକ୍ୟ କହନ୍ତି) — ସ୍ପୃକ୍କା; ପିଡ଼ଙ୍ଗଶାଗ (ହି. ଶ) — Trigonella Corniculata
- ସଂ. ବି. ସ୍ତ୍ରୀ (ଶଚ୍ ଧାତୁ=କହିବା+କର୍ତ୍ତୃ ଅ+ସ୍ତ୍ରୀ ଇ, ଈ; ଯେ ମଧୁର ବାକ୍ୟ କହନ୍ତି) — ବକ୍ତୃତ୍ୱ ଶକ୍ତି; ବାଗ୍ମିତା (ହି. ଶ) — Eloqence
- ସଂ. ବି. ସ୍ତ୍ରୀ (ଶଚ୍ ଧାତୁ=କହିବା+କର୍ତ୍ତୃ ଅ+ସ୍ତ୍ରୀ ଇ, ଈ; ଯେ ମଧୁର ବାକ୍ୟ କହନ୍ତି) — ପ୍ରଜ୍ଞା; ବୁଦ୍ଧି; ଅକଲ (ହି. ଶ) — Intelligence
- ଦେ. ବି. — ଶ୍ରୀଚୈତନ୍ୟଦେବଙ୍କର ମାତା ଓ ଜଗନ୍ନାଥ ମିଶ୍ରଙ୍କର ପତ୍ନୀ — The name of the mother of Ṡrī Cha̲i̱tanya
- ଦେ. ବି. — [ଦ୍ର— ଶ୍ରୀଚୈତନ୍ୟଙ୍କ ମାତା ଶଚୀଦେବୀଙ୍କ ସାଂସାରିକ ଜୀବନ ସୁଖମୟ ନ ଥିଲା। ଏକାଦିକ୍ରମେ ତାଙ୍କର ଆଠଗୋଟି କନ୍ଯା ଜନ୍ମି ଗୋଟିକ ପରେ ଗୋଟିଏ ସମସ୍ତେ ଶିଶୁ ଅବସ୍ଥାରେ ମରି ଯାଇଥିଲେ; ନବମ ଗର୍ଭରେ ବିଶ୍ୱରୂପ ଜନ୍ମିଥିଲେ ଓ ସେ ବାଲ୍ୟକାଳରେ ସନ୍ନ୍ୟାସୀ ହୋଇ ଗୃହତ୍ୟାଗପୂର୍ବକ କେଉଁଆଡ଼େ ଚାଲିଗଲେ; ଦଶମ ଗର୍ଭରେ ଶ୍ରୀଚୈତନ୍ୟ ଜନ୍ମଗ୍ରହଣ କଲେ। ଶଚୀଦେବୀ ଚୈତନ୍ୟଙ୍କର ବାଲ୍ୟ— କାଳରେ ବିଧବା ହେଲେ। ଶଚୀଦେବୀ ଚୈତନ୍ୟଙ୍କ ବିବାହ କରାଇଲେ ଓ ପ୍ରଥମା ପୁତ୍ରବଧୂ ମୃତା ହେବାରୁ ମାତା ପୁତ୍ରକୁ ପୁନର୍ବାର ବିଷ୍ଣୁପ୍ରିୟାନାମ୍ନୀ ବାଳିକାଙ୍କ ସହିତ ବିବାହିତ କରାଇଲେ। କିନ୍ତୁ ଏହାର ଅଳ୍ପ ଦିନ ପରେ ଚୈତନ୍ୟ ସନ୍ନ୍ୟାସୀ ହୋଇ ଗୃହତ୍ୟାଗ କଲେ ଏବଂ ଶଚୀ— ଦେବୀ ପୁତ୍ରବଧୂଙ୍କ ସହିତ ପୁତ୍ର ବିରହ—ଦୁଃଖରେ କାଳା— ତିପାତ କଲେ। ଚୈତନ୍ୟଦେବଙ୍କ ପୂର୍ବପୁରୁଷ ମଧୁକର ମିଶ୍ର ଉତ୍କଳାଧିପତି କପିଳେନ୍ଦ୍ରଦେବଙ୍କ ଭୟରେ ଯାଜପୁରରୁ ଯାଇ ବଙ୍ଗଦେଶର ଶ୍ରୀହଟ୍ଟରେ ବାସ କରିଥିଲେ। ଶ୍ରୀହଟ୍ଟରେ ଚୈତନ୍ୟଦେବଙ୍କ ପିତା ଜଗନ୍ନାଥ ମିଶ୍ର ଜନ୍ମଗ୍ରହଣ କରି— ଥିଲେ।
- ଦେ. ବି. — (ସ୍ତ୍ରୀ)—ସ୍ତ୍ରୀଲୋକଙ୍କୁ ଦିଆଯିବା ନାମ — A name given to females
- ଦେ. ବି. — (ପୁଂ)—ଶଚୀନ୍ଦ୍ରର ଡାକନାମ — A name calling a male named Ṡachīndra