ଲଙ୍ଗୋଟି Laṅgoṭi

  • ବୈଦେ. ବି (ହିନ୍ଦିରୁ ଅନୁକୃତ) (ସଂ. ଲିଙ୍ଗ + ଓଷ୍ଠ)—ଲେଙ୍ଗୁଟି; କୌପୀନ — A strip of rag tucked down the privities by means of a waist-chain or cord passed round the waist
  • ବୈଦେ. ବି (ହିନ୍ଦିରୁ ଅନୁକୃତ) [ଦ୍ର—ଏହା ମଲ୍ଲ ଓ ବାବାଜୀମାନେ ବ୍ଯବହାର କରନ୍ତି। ସାଧାରଣତଃ ଲଙ୍ଗୋଟା ଓ କୌପୁନି ଏକ ଅର୍ଥରେ ବ୍ଯବହୃତ ହୁଏ। କିନ୍ତୁ ଲଙ୍ଗୋଟା ଓ କୌପୁନି ମଧ୍ୟରେ କିଞ୍ଚିତ୍ ପ୍ରଭେଦ ଅଛି। କୌପୁନି 1.5 ହାତ ବା 2 ହାତ ଲମ୍ବ ଓ 6 ଆଙ୍ଗୁଳ ବା 8 ଆଙ୍ଗୁଳ ଚଉଡ଼ାର ଖଣ୍ଡେ କନା। ପ୍ରଥମେ ଅଣ୍ଟାରେ ଖଣ୍ଡେ ଡୋର ଗୁଡ଼ାଇକରି ବନ୍ଧାଯାଏ। ସେହି ଡୋରିରେ କୋପୁନିର ଗୋଟିଏ ମୁଣ୍ଡକୁ ଲାହିପାଖରେ ଖୋସି ଗୁହ୍ୟଦ୍ୱାରବାଟେ ବୁଲାଇଆଣି, ପିଠି ପାଖେ ଉକ୍ତ ଡୋରିରେ କୌପୁନିର ଅନ୍ଯ ମୁଣ୍ଡକୁ ଖୋସିବାକୁ ହୁଏ। ଏହାକୁ କୌପୁନି ବୋଲାଯାଏ। — [ଦ୍ର—ଏହା ମଲ୍ଲ ଓ ବାବାଜୀମାନେ ବ୍ଯବହାର କରନ୍ତି ସାଧାରଣତଃ ଲଙ୍ଗୋଟା ଓ କୌପୁନି ଏକ ଅର୍ଥରେ ବ୍ଯବହୃତ ହୁଏ କିନ୍ତୁ ଲଙ୍ଗୋଟା ଓ କୌପୁନି ମଧ୍ୟରେ କିଞ୍ଚିତ୍ ପ୍ରଭେଦ ଅଛି କୌପୁନି1.5ହାତ ବା2ହାତ ଲମ୍ବ ଓ6ଆଙ୍ଗୁଳ ବା8ଆଙ୍ଗୁଳ ଚଉଡ଼ାର ଖଣ୍ଡେ କନା ପ୍ରଥମେ ଅଣ୍ଟାରେ ଖଣ୍ଡେ ଡୋର ଗୁଡ଼ାଇକରି ବନ୍ଧାଯାଏ ସେହି ଡୋରିରେ କୋପୁନିର ଗୋଟିଏ ମୁଣ୍ଡକୁ ଲାହିପାଖରେ ଖୋସି ଗୁହ୍ୟଦ୍ୱାରବାଟେ ବୁଲାଇଆଣି, ପିଠି ପାଖେ ଉକ୍ତ ଡୋରିରେ କୌପୁନିର ଅନ୍ଯ ମୁଣ୍ଡକୁ ଖୋସିବାକୁ ହୁଏ ଏହାକୁ କୌପୁନି ବୋଲାଯାଏ
  • ବୈଦେ. ବି (ହିନ୍ଦିରୁ ଅନୁକୃତ) କିନ୍ତୁ ଲେଙ୍ଗୁଟି ତ୍ରିଭୁଜାକାର ଖଣ୍ଡିଏ କନା ଓ ଏହାର କୌପୁନି ଆକାରରେ ଖଣ୍ଡିଏ ଲାଞ୍ଜ ଥାଏ। ଉକ୍ତ ତ୍ରିଭୁଜାକାର କନାକୁ ଅଣ୍ଟାରେ ଗୁଡ଼ାଇ ବାନ୍ଧିବାକୁ ହୁଏ। ଏହା ପିନ୍ଧିଲେ ଲାଞ୍ଜଟି ଗୁହ୍ୟଦ୍ୱାର ପଛରେ ଓହୋଳିଥାଏ। ତତ୍ପରେ ସେହି ଲାଞ୍ଜଟିକୁ ପଛଆଡ଼ୁ ଗୁହ୍ୟଦ୍ୱାରବାଟେ ବୁଲାଇଆଣି, ନାହିପାଖେ ଖୋସିବାକୁ ହୁଏ, ଏହାକୁ ଲଙ୍ଗୋଟା ବା ଲେଙ୍ଗୁଟି ବୋଲାଯାଏ।
  • ବୈଦେ. ବି (ହିନ୍ଦିରୁ ଅନୁକୃତ) କୌପୁନିକୁ ନାହିପାଖରୁ ପଛଆଡ଼କୁ ଆଣି ପଛଆଡ଼େ ଖୋସିବାକୁ ହୁଏ। ଲଙ୍ଗୋଟାକୁ ପଛଆଡ଼ୁ ଆଣି ଆଗଆଡ଼େ ନାହି ପାଖେ ଖୋସିବାକୁ ହୁଏ। ବାବାଜି— ମାନେ କୌପୁନି ମାରନ୍ତି ଓ ମଲ୍ଲମାନେ ଲଙ୍ଗୋଟା ବା ଲେଙ୍ଗୁଟି ମାରନ୍ତି।]