ରତି ଫଳ Rati phaḻa
- ସଂ. ବିଣ — (ବହୁବ୍ରୀହି) ରତିସୁଖ ଉତ୍ପାଦକ — Productive of sexual pleasure (M.W.)
- ଦେ. ବି — ଏକପ୍ରକାର ପୁଷ୍ପଧାରୀ ଗୁଳ୍ମ — The canna plant; the Indian shot; Canna Indica; Canna Indicum
- ଦେ. ବି — [ଦ୍ର—ଏହି ଜାତୀୟ ଭିନ୍ନ ଭିନ୍ନ ଗୁଳ୍ମର କାଣ୍ଡରେ ତୋଫା ଓ ଫିକ୍କା ନାଲି, ହଳଦିଆ ଓ ଛାପ୍ଛାପିକା, ଏହିପରି ନାନା ପ୍ରକାରର ଫୁଲ ଫୁଟେ। ଗଛ ହଳଦି ଗଛ ପରି ଓ ଉଚ୍ଚତାରେ 2।3 ହାତ ବଢ଼େ। ଏହାର ଫଳ କାଙ୍କଡ଼ ପରି ଓ ଏହି ଫଳକୋଷ ମଧ୍ୟରେ ଥିବା ମଞ୍ଜି କାଇଞ୍ଚ ବା କପାମଞ୍ଜି ପରି ଗୋଲ ଓ କଳା କଳା। କାଇଞ୍ଚ ପରିବର୍ତ୍ତରେ ବଣିଆମାନେ ନିକିତିରେ ଧାତୁ ଆଦି ଓଜନ କରିବାପାଇଁ ଏ ମଞ୍ଜି ବ୍ଯବହାର କରନ୍ତି। ଏ ଗଛ ବିଦେଶାଗତ। ଏ ଗଛର ଫୁଲ ଶୀତ ଦିନରେ ଫୁଟେ। ଫୁଲର ବାସନା ନାହିଁ, କିନ୍ତୁ ଫୁଲର ତୋଫା ଉଜ୍ଜ୍ୱଳ ବର୍ଣ୍ଣ ଯୋଗୁଁ ଲୋକେ ସଉକିରେ ଫୁଲବଗିଚାରେ ଏ ଗଛକୁ ଧାଡ଼ି ଧାଡ଼ି କରି ଲଗାନ୍ତି। ଏହା ପ୍ରତିବର୍ଷ ମରିଯାଏ ଓ ମଞ୍ଜିରୁ ବା କନ୍ଦରୁ ପୁଣି ଗଛ ଉତୁରାଯାଏ।] — [ଦ୍ର—ଏହି ଜାତୀୟ ଭିନ୍ନ ଭିନ୍ନ ଗୁଳ୍ମର କାଣ୍ଡରେ ତୋଫା ଓ ଫିକ୍କା ନାଲି, ହଳଦିଆ ଓ ଛାପ୍ଛାପିକା, ଏହିପରି ନାନା ପ୍ରକାରର ଫୁଲ ଫୁଟେ ଗଛ ହଳଦି ଗଛ ପରି ଓ ଉଚ୍ଚତାରେ23ହାତ ବଢ଼େ ଏହାର ଫଳ କାଙ୍କଡ଼ ପରି ଓ ଏହି ଫଳକୋଷ ମଧ୍ୟରେ ଥିବା ମଞ୍ଜି କାଇଞ୍ଚ ବା କପାମଞ୍ଜି ପରି ଗୋଲ ଓ କଳା କଳା କାଇଞ୍ଚ ପରିବର୍ତ୍ତରେ ବଣିଆମାନେ ନିକିତିରେ ଧାତୁ ଆଦି ଓଜନ କରିବାପାଇଁ ଏ ମଞ୍ଜି ବ୍ଯବହାର କରନ୍ତି ଏ ଗଛ ବିଦେଶାଗତ ଏ ଗଛର ଫୁଲ ଶୀତ ଦିନରେ ଫୁଟେ ଫୁଲର ବାସନା ନାହିଁ, କିନ୍ତୁ ଫୁଲର ତୋଫା ଉଜ୍ଜ୍ୱଳ ବର୍ଣ୍ଣ ଯୋଗୁଁ ଲୋକେ ସଉକିରେ ଫୁଲବଗିଚାରେ ଏ ଗଛକୁ ଧାଡ଼ି ଧାଡ଼ି କରି ଲଗାନ୍ତି ଏହା ପ୍ରତିବର୍ଷ ମରିଯାଏ ଓ ମଞ୍ଜିରୁ ବା କନ୍ଦରୁ ପୁଣି ଗଛ ଉତୁରାଯାଏ]