ରଟ୍ରଟ୍ Raṭ-raṭ
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ ସଂ. ରଟରଟାୟମାନ) — ଦାନ୍ତରେ ଦଉଡ଼ି ଆଦି ଛିଣ୍ଡାଇବାର ଶବ୍ଦ — Cracking sound made by nibbling a cord
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ ସଂ. ରଟରଟାୟମାନ) — ବଳପୂର୍ବକ ଟାଣୁଆ ପଦାର୍ଥକୁ ଦାନ୍ତରେ କାମୁଡ଼ି ରେକେଟିବା ପ୍ରକାରେ — Nibbling at a hard substance
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ ସଂ. ରଟରଟାୟମାନ) — [ଯଥା—ମୂଷା ବେତପେଡ଼ିକୁ ରଟ୍ରଟ୍ କାଟୁଛି।]
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ ସଂ. ରଟରଟାୟମାନ) — ଟାଣଦଉଡ଼ିକୁ ବଳପୂର୍ବକ ଭିଡ଼ି ଦେଲେ ତାହା କ୍ରମେ କ୍ରମେ ଛିଣ୍ଡି ଯିବାର ଶବ୍ଦ — Successive snapping sounds made by a cord when it is tightly drawn
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ ସଂ. ରଟରଟାୟମାନ) — ଖଟ, ସବାରି— ବାଉଁଶ ଆଦିର ଉପରେ ବେଶି ଭାର ପଡ଼ିଲେ ତହିଁରୁ ଯେଉଁ ଶବ୍ଦ ହୁଏ — Repeated creaking or snapping sounds made by a furniture under a heavy load
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ ସଂ. ରଟରଟାୟମାନ) — [ଦ୍ର—'ରୁଟ୍ରୁଟ୍' 'ରଟ୍ରଟ୍' ଠାରୁ କ୍ଷୁଦ୍ରତର ଶବ୍ଦ ସୂଚନା କରେ।]