ରକ୍ଷକ Rakshaka

  • ସଂ. ବିଣ. ପୁଂ (ରକ୍ଷ ଧାତୁ+କର୍ତ୍ତୃ. ଅକ) — ରକ୍ଷାକର୍ତ୍ତା — Saving
  • ସଂ. ବିଣ. ପୁଂ (ରକ୍ଷ ଧାତୁ+କର୍ତ୍ତୃ. ଅକ) — ପାଳନକର୍ତ୍ତା — Protecting
  • ବି — ଅଭିଭାବକ — Guardian
  • ବି — ପାଳକ — Protector
  • ବି — ତ୍ରାଣକାରୀ ବ୍ଯକ୍ତି — Saviour
  • ବି — ଜଗୁଆଳି; ପହରାବାଲା — Watch; guard
  • ବି — ମାରଫତ୍ଦାର୍ — Keeper; custodian
  • ବି — ଶାସକ — Ruler
  • ବି — [ଦ୍ର—ରକ୍ଷକ ଭକ୍ଷକ ହେବା ନ୍ଯାୟ— ଯାହା ଜିମା କୌଣସି ପଦାର୍ଥକୁ ରକ୍ଷା କରିବା ଭାର ଥାଏ, ସେ ଯେବେ ରକ୍ଷିତ ପଦାର୍ଥକୁ ଆତ୍ମସାତ୍ କରେ, କିମ୍ବା ପାଳନ— କର୍ତ୍ତା ଯେବେ ବିନାଶ ଘଟାଇବାକୁ ବସେ ତେବେ ସେ ସ୍ଥଳରେ ଏହି ଉପମା ଦିଆଯାଏ।]