ଯାଉଁଳିଆ J̄āuñliā

  • ଦେ. ବିଣ. — ଯେଉଁ ବ୍ୟକ୍ତି ଯାଉଁଳିଦ୍ୱାରା କୌଣସି ପଦାର୍ଥ ବହେ — Carrying things by means of double packs suspended from the shoulder
  • ବି — ପୂର୍ବେ ଗଞ୍ଜାମ ଅଞ୍ଚଳରୁ ଆସି କଟକରେ ଗୁଆ ମସଲା ଆଦି ବେପାର କରୁଥିବା ବ୍ରାହ୍ମଣ ମହାଜନ — Brahmin traders from Ganjam formerly carrying on trade in spices etc at Cuttack
  • ବି — [ଦ୍ର—ଏମାନେ ପୂର୍ବେ, ଅର୍ଥାତ୍ ରେଲ ଜାହାଜ ଆଦି ଚଳି ନ ଥିବା ସମୟରେ, ଦକ୍ଷିଣାଞ୍ଚଳରୁ ଯାଉଁଳି ଦ୍ୱାରା ପଣ୍ୟଦ୍ରବ୍ୟ ଓ ମସଲାମାନ ବୋହି ଆଣି ଏ ଦେଶରେ ବେପାର କରୁଥିଲେ ଓ ସେମାନଙ୍କ ବଂଶଧରମାନେ ଯାଉଁଳିଆ ନାମରେ ପରିଚିତ। କଟକ ଚଉଧୁରୀବଜାରର ଗୋଟିଏ ଗଳିର ନାମ ଯାଉଁଳିଆପଟୀ।]