ମୁଣ୍ଡି Muṇḍi
- ଦେ. ବି. (ସଂ. ମୁଣ୍ଡ) — ଯଷ୍ଟିଆଦିର ଅଗ୍ରଭାଗ — The top of a stick
- ଦେ. ବି. (ସଂ. ମୁଣ୍ଡ) — ସ୍ତନର ଅଗ୍ରଭାଗ; ଭୁଣ୍ଡି; ଚୁଚୁକ — Nipple of the female breast
- ଦେ. ବି. (ସଂ. ମୁଣ୍ଡ) — ମୁଣ୍ଡିତିକା (ଦେଖ) — A medicinal plant; muṇḍitikā (See)
- ଦେ. ବି. (ସଂ. ମୁଣ୍ଡ) — ମୂଳରୁ ହଣା ହୋଇଥିବା ଶାଖାବିହୀନ (ଶାଳ ପିଆଶାଳ ଆଦି କାଠର ଗଣ୍ଡି) — The branchless trunk of a tree cut at the ground level
- ଦେ. ବି. (ସଂ. ମୁଣ୍ଡ) — କାଠର ବଡ଼ ଗଡ଼ — A log of timber
- ଦେ. ବି. (ସଂ. ମୁଣ୍ଡ) — ବାଇଗଣ ଓ କାକୁଡ଼ି ଆଦି ଫଳର ବୃନ୍ତ ସଂଲଗ୍ନ ଅଂଶ — The part of a brinjāl or cucumber which adjoins the stalk
- ଦେ. ବି. (ସଂ. ମୁଣ୍ଡ) — ଦେଉଳର ଅଗ୍ରଭାଗ — The top of a temple
- ପ୍ରାଦେ. (ସମ୍ବଲପୁର) ବି — କେଳି କଦମ୍ବ ଗଛ — A kind of tree; Stephygyne parvifolia; Neuclia Parvifolia