ମିଆଦୀ Miādī
- ବୈଦେ. ବି. (କଚିରିଆ) (ଆ. ମିଆଦ୍) — କୌଣସି କାର୍ଯ୍ୟ ସମ୍ପାଦନ ବା ଋଣପରିଶୋଧ ପାଇଁ ନିର୍ଦ୍ଧାରିତ ସମୟ — Time stipulated for the performance of some act or repayment of a loan
- ବୈଦେ. ବି. (କଚିରିଆ) (ଆ. ମିଆଦ୍) — [ଉ—ମିଆଦ ଟାଳିଲା ପିଆଦା ପରାଏ ମାର ଝିଙ୍କେଆସୁଯାଉ। କବିସୂର୍ଯ୍ୟ ସଙ୍ଗୀତ।
- ବୈଦେ. ବି. (କଚିରିଆ) (ଆ. ମିଆଦ୍) — କୌଣସି କାର୍ଯ୍ୟ ସମାଧାନ ପାଇଁ ନିର୍ଦ୍ଧାରିତ ସମୟର ଶେଷ ସୀମା — Time limit; limitation of the time stipulated for an act
- ବୈଦେ. ବି. (କଚିରିଆ) (ଆ. ମିଆଦ୍) — [ଦ୍ର—ଭିନ୍ନ ଭିନ୍ନ ଶ୍ରେଣୀର ତମସୁକ, ଚୁକ୍ତିଭଙ୍ଗ, ଅନିଷ୍ଟ ନିମନ୍ତେ କ୍ଷତିପୂରଣ ଇତ୍ୟାଦି ଭିନ୍ନ ଭିନ୍ନ ପ୍ରକାରର ଦାବୀ ନିମନ୍ତେ 'ତମାଦି'ର ସମୟ ଆଇନ୍ ଅନୁସାରେ ଭିନ୍ନ ଭିନ୍ନ ଅଟେ। ଏହି ଭିନ୍ନ ଭିନ୍ନ 'ତମାଦି' କାଳମାନ ତମାଦି ଆଇନ୍ ବା — Limitation Actରେ ଲିପିବଦ୍ଧ ହୋଇଅଛି]
- ବୈଦେ. ବି. (କଚିରିଆ) (ଆ. ମିଆଦ୍) — କାରାବନ୍ଧନ — Imprisonment.[ଉ—ପଶ୍ଚାତ୍ ଶୁଣାଗଲା ମାଝୀ ଖଲାସିମାନେ ଚାରି ଚାରି ବର୍ଷ ମିଆଦ ଗଲେ ଫକୀର— ମୋହନ ଗଳ୍ପସ୍ୱଳ୍ପ]
- ବୈଦେ. ବି. (କଚିରିଆ) (ଆ. ମିଆଦ୍) — କାରା ବନ୍ଧନର ସମୟ — Period of Imprisonment
- ବୈଦେ. ବି. (କଚିରିଆ) (ଆ. ମିଆଦ୍) — କାରାଦଣ୍ଡା— ଦେଶ — Sentence of imprisonment