ମାଠ Māṭha

  • ସଂ. ବି — ରାସ୍ତା — A road (Apte)
  • ଦେ. ବି — କପା ସୂତାରେ ପ୍ରସ୍ତୁତ ଦେଶୀ ତନ୍ତୁରେ ବୁଣା ମୋଟା ଦୁଇପରସ୍ତିଆ ଶୀତ ଚାଦର — A double two-stripped sheet made of cotton thread hand- woven
  • ଦେ. ବି — [ଦ୍ର— 1 ବା 1୳ ହାତ ଚଉଡ଼ାର ମୋଟ ପଟି ଦୁଇଟିକୁ ଲମ୍ବ ବାଗରେ ସିଲାଇ କରି ସିଲାଇ ହୋଇ— ଥିବା 12 ହାତ ଲମ୍ବ ଦୋପାଟ୍ଟା ଚାଦରର ଲମ୍ବକୁ 2 ପରସ୍ତ କରି ଭାଙ୍ଗି ଯେଉଁ 6 ହାତିଆ ଦୋହୋରି ଦୋପାଟା ଚାଦର ହୁଏ ତାକୁ ମାଠ ବୋଲାଯାଏ। ଏହାକୁ ମଫସଲରେ ସାଧାରଣ ମଧ୍ୟବିତ୍ତ ଲୋକେ ଶୀତବସ୍ତ୍ରରୂପେ ବ୍ଯବହୃତ କରନ୍ତି।] — [ଦ୍ର—1ବା1୳ହାତ ଚଉଡ଼ାର ମୋଟ ପଟି ଦୁଇଟିକୁ ଲମ୍ବ ବାଗରେ ସିଲାଇ କରି ସିଲାଇ ହୋଇ— ଥିବା12ହାତ ଲମ୍ବ ଦୋପାଟ୍ଟା ଚାଦରର ଲମ୍ବକୁ2ପରସ୍ତ କରି ଭାଙ୍ଗି ଯେଉଁ6ହାତିଆ ଦୋହୋରି ଦୋପାଟା ଚାଦର ହୁଏ ତାକୁ ମାଠ ବୋଲାଯାଏ ଏହାକୁ ମଫସଲରେ ସାଧାରଣ ମଧ୍ୟବିତ୍ତ ଲୋକେ ଶୀତବସ୍ତ୍ରରୂପେ ବ୍ଯବହୃତ କରନ୍ତି]
  • ଦେ. ବି — (ସଂ. ମନ୍ଥଧାତୁ; ସଂ. ମୃଜ ଧାତୁରୁ ମୃଷ୍ଟ)—ଚିକ୍କଣ ବା ପାଲିସ୍ କରିବାର ହତିଆର — An instrument for polishing articles
  • ଦେ. ବି — [ଉ—ଯୌବନର ମାଠେ ମଠା ହୋଇ ଅଙ୍ଗ—ଯଷ୍ଟି କିବା ପଲ୍ଲବିତା। ରାଧାନାଥ. ଯଯାତି।]
  • ଦେ. ବି — ନୀଚ ଜାତିର ସ୍ତ୍ରୀଲୋକମାନେ ମଣିବନ୍ଧରେ ପିନ୍ଧିବା ପିତ୍ତଳର ପାଲିସ୍ ହୋଇଥିବା ଖଡ଼ୁ — Polished bangles worn on the wrist by females of low castes
  • ବିଣ (ସଂ. ମୃଷ୍ଟ) — ଚିକ୍କଣ ବା ପାଲିସ୍ କରାଯାଇ ଥିବା (ଅଳଙ୍କାର ଆଦି) — Polished (ornaments etc)
  • ପ୍ରାଦେ. (ଉତ୍ତର ବାଲେଶ୍ୱର) ବି (ତୁଳ ବଂ. ମାଠ) — ପଡ଼ିଆ ଜମି — Waste land; meadow